DNA ରିପୋର୍ଟ କହିଲା ସୀମାଞ୍ଚଳ ମୃତ ନା ଜୀବିତ

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ DNA ରିପୋର୍ଟ ଅନୁସାରେ ସୀମାଞ୍ଚଳ ପରିଡ଼ା ମୃତ ବୋଲି ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ନିଖୋଜ ଥିବା ସୀମାଞ୍ଚଳ ପରିଡ଼ାଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛନ୍ତି।

ଫୋରେନସିକ ଲାବ୍‌ରେ ସଂଗୃହିତ ମାଂସ ଖଣ୍ଡର DNA ପରୀକ୍ଷାରୁ ସୀମାଞ୍ଚଳଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଏନେଇ ମୃତ ସୀମାଞ୍ଚଳଙ୍କ ପରିବାରକୁ ଜଣାଇ ଦିଆଯାଇଛି ବୋଲି ସେ କହିଛନ୍ତି।

ଘଟଣାରେ ସୀମାଞ୍ଚଳଙ୍କୁ ମିଶାଇ ଘଟଣାରେ ଏଯାବତ ୨ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ନେଇ DNA ରିପୋର୍ଟରେ ତଥ୍ୟ ନାହିଁ ବୋଲି ପୋଲିସ କମିଶନର କହିଛନ୍ତି।

ଏନେଇ ସୀମାଞ୍ଚଳଙ୍କ ପରିବାର ଲୋକ କହିଛନ୍ତି ଯେ, ୨୨ ଦିନ ପୂର୍ବରୁ ଘଟଣାସ୍ଥଳରୁ ଚପଲ, ମନିପର୍ସ ଓ ବ୍ୟବହୃତ ଜିନିଷ ପାଇଁ ଜାଣିଥିଲେ ଯେ, ସୀମାଞ୍ଚଳଙ୍କର ମୃତ୍ୟୁ ହୋଇଛି।

ହେଲେ ଆଜି ସରକାରୀ ଭାବେ ଘୋଷଣା ହେଲା। ତେବେ ଘଟଣା ପାଇଁ ଇଣ୍ଡିଆନ ଅଏଲ ପକ୍ଷରୁ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ସୀମାଞ୍ଚଳଙ୍କ ସଂପର୍କୀୟ।

You might also like