ଗାଡ଼ି ଚଳାଚଳ ନେଇ ଆସିଲା ନୂଆ ନିୟମ, କାଲିଠାରୁ ଲାଗୁ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜଧାନୀରେ ଲାଗୁ ହେବ ଯୁଗ୍ମ-ଅଯୁଗ୍ମ ଫର୍ମୂଲା। ବସ, ଟ୍ୟାକ୍ସି, ଅଟୋରେ ଲାଗୁ ହେବ ଏହି ଫର୍ମୁଲା। ଏହା ଲାଗୁ ହେଲେ ସହରରେ କେବଳ ଯୁଗ୍ମ ନମ୍ବର ଓ ତା’ ପର ଦିନ କେବଳ ଅଯୁଗ୍ମ ନମ୍ବର ଗାଡ଼ି ଚଳାଚଳ କରିବ। ଏହାକୁ ଲାଗୁ କରିବା ପାଇଁ ବିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି।

କରୋନା ମୁକାବିଲା ନେଇ ଅଣ୍ଟା ଭିଡ଼ିଛି ବିଏମସି। ଜନସମାଗମକୁ ରୋକିବାକୁ ଯାଇ ନୂଆ ପଦକ୍ଷେପ। ରାଜଧାନୀରେ ଶନିବାର ଅଡ-ଇଭିନ ଫର୍ମୁଲା ଲାଗୁ ହେବା ନେଇ ବିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଉଦାହରଣ କାଲି ଅଡ୍(ଅଯୁଗ୍ମ) ନମ୍ବର ଲାଗୁ ହେଲେ ତାପର ଦିନ ଅର୍ଥାତ ୨୨ ତାରିଖରେ ଇଭିନ୍ (ଯୁଗ୍ମ) ନମ୍ବର ଲାଗୁହେବ।

ଏହା କେବଳ ପବ୍ଲିକ୍ ଟ୍ରାନ୍ସପୋର୍ଟ ଭେଇକିଲ୍ ପାଇଁ ଲାଗୁ ହେବ। ବସ୍, ଟାକ୍ସି, ଅଟୋ ପାଇଁ କେବଳ ଅଡ-ଇଭିନ ଫର୍ମାଟ ଲାଗୁ ହେବ। ତେବେ ପ୍ରାଇଭେଟ ଗାଡ଼ି ପାଇଁ ଏହା ଲାଗୁ ହେବ ନାହିଁ।

ଜରୁରିକାଳୀନ ଗାଡ଼ି ପାଇଁ ଏହା ଲାଗୁ ହେବ ନାହିଁ। ପ୍ରାଇଭେଟ ହସ୍ପିଟାଲ ଓ ଡାକ୍ତର ବ୍ୟବହାର କରୁଥିବା ଗାଡ଼ି ପାଇଁ ମଧ୍ୟ ଏହା ଲାଗୁ ହେବନାହିଁ ବୋଲି ବିଏମସି ସ୍ପଷ୍ଟ କରିଛି।

ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ ବୋଲି ବିଏମସି ବିଜ୍ଞପ୍ତି ଜାରି କରିଛି। ତେବେ ଆଗରୁ ଦିଲ୍ଲୀ ପ୍ରଦୂଷଣକୁ ରୋକିବା ପାଇଁ ଏହି ଫର୍ମୁଲା ଲାଗୁ କରାଯାଇଥିଲା।

You might also like