ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱର ପରିଚ୍ଛନ୍ନତା ଏବଂ ପରିବେଶ ବନ୍ଧୁ ଭାବେ ପୁଣି ଥରେ ନିଜ ଯୋଗ୍ୟତା ପ୍ରତିପାଦନ କରିଛି । ଏଥିପାଇଁ ଭୁବନେଶ୍ୱରକୁ ସୋମବାର ନୂଆଦିଲ୍ଲୀରେ ମିଳିଛି ସମ୍ମାନ ଜନକ ସ୍କଚର ରୌପ୍ୟ ଏବଂ କାଂସ୍ୟ ସମ୍ମାନ।
ରାଜ୍ୟର ଅଗ୍ରଣୀ ତଥା ସର୍ବବୃହତ ସ୍ୱାୟତ୍ତ ସଂସ୍ଥା ଭାବେ କଠିନ ବର୍ଜ୍ୟ ବସ୍ତୁ ସଂଗ୍ରହ ଏବଂ ପରିବହନ ପାଇଁ ମଧ୍ୟ ଭୁବନେଶ୍ୱରକୁ ମିଳିଛି ରୌପ୍ୟ ଉପାଧି। ସହରରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ଏବଂ ପରିଚାଳନା ନିମନ୍ତେ ସ୍ୱଚ୍ଛ ଭାରତ ପ୍ରକଳ୍ପର ଉଚ୍ଚସ୍ତରରେ ଥିବା ସହରମାନଙ୍କ ମଧ୍ୟରେ ବିଏମସିକୁ ବ୍ରୋଞ୍ଚ ପଦକ ମିଳିଛି ।