କରୋନା ଟିକା ନେଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ
ଟିକା ନେଲେ କମିଶନର
ଭୁବନେଶ୍ୱର: କରୋନା ଟିକା ନେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଆଜି ସେ କ୍ୟାପିଟାଲ ହସ୍ପିଟାଲରେ ଟିକା ନେଇଥିବା ଜଣାଯାଇଛି। ଟିକା ନେବା ପରେ ସେ କହିଛନ୍ତି, ଏବେ ସେ ପୁରା ସୁସ୍ଥ ଅଛନ୍ତି। ଲୋକେ କୌଣସି ଗୁଜବକୁ ବିଶ୍ୱାସ କରିବା ଉଚିତ ନୁହେଁ। ଯେଉଁମାନେ ଟିକାକୁ ଡରୁଛନ୍ତି, ସେମାନେ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ। ନିଜେ ଟିକା ନିଅନ୍ତୁ, ଟିକା ନେବାକୁ ଅନ୍ୟମାନଙ୍କୁ ମଧ୍ୟ ପ୍ରୋତ୍ସାହିତ କରନ୍ତୁ ବୋଲି ପ୍ରେମଚନ୍ଦ୍ର କହିଛନ୍ତି।
ମାର୍ଚ୍ଚରୁ ଆରମ୍ଭ ହେଉଥିବା ତୃତୀୟ ପର୍ଯ୍ୟାୟ ଟିକାକରଣକୁ ନେଇ ବିଏମ୍ସି କମିଶନର କହିଛନ୍ତି, ବିଏମ୍ସିର ସର୍ଭେ ଅନୁସାରେ ୨୦ରୁ ୨୫ ହଜାର ବରିଷ୍ଠ ନାଗରିକଙ୍କ ତଥ୍ୟ ଅଛି। ୩ଟି ଜୋନରେ ୩ ଟି ଟିମ୍ ବରିଷ୍ଠ ନାଗରିକଙ୍କ ତଥ୍ୟ ସଂଗ୍ରହ କରୁଛି। ଫାଇନାଲ ଡାଟା ଆସିଲେ ଟିକାକରଣର ପ୍ରସ୍ତୁତି କରାଯିବ। ପୂର୍ବରୁ ଯେଉଁ ସବୁ ହସ୍ପିଟାଲରେ ଟିକା ଦିଆଯାଇଥିଲା, ସେହି ସବୁ ସ୍ଥାନରେ ଭ୍ୟାକ୍ସିନେସନ କରାଯିବ ବୋଲି କହିଛନ୍ତି ବିଏମ୍ସି କମଶନର।
ଏହାସହ ସେ କହିଛନ୍ତି ପୂର୍ବରୁ ମେଡିକାଲଜନିତ ଅସୁବିଧା ଲାଗି ମୁଁ ଟିକା ନେଇ ପାରିନଥିଲି। କିନ୍ତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଜି ଟିକା ନେଇଛି। ଟିକା ନେବା ପରେ ସମ୍ପୂର୍ଣ୍ଣ ଭାବରେ ମୁଁ ସୁସ୍ଥ ମନେ କରୁଛି। ଆମେ ସମସ୍ତେ ଏହି ଟିକା ନେବାର ଆବଶ୍ୟକତା ରହିଛି। ଯେଉଁମାନଙ୍କୁ ଟିକା ନେବାର ସୁବିଧା ମିଳୁଛି ସେମାନେ ନିଶ୍ଚିତ ଟିକା ନିଅନ୍ତୁ ବୋଲି ପ୍ରେମଚନ୍ଦ୍ର କହିଛନ୍ତି।