“ଅପରାଧ ବଢୁଛି, ଦଣ୍ଡ ବିଧାନ କମୁଛି”
ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବରେ ହିଂସାକାଣ୍ଡ ବଢି ଚାଲିଛି। ଯେଉଁ ସଂଖ୍ୟାରେ ହିଂସା ବଢୁଛି, ତାହା ତୁଳନାରେ ଦଣ୍ଡ କମ୍ ହେଉଛି- ଏମିତି ଗୁରୁତର ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ରାଜ୍ୟରେ ଆଇନଶୃଙ୍ଖଳାର ବିପର୍ଯ୍ୟୟ ସ୍ଥିତିକୁ ଦେଖି ଉଦ୍ବେଗ ପ୍ରକାଶ କରିବା ସହ ବିଜେପି କର୍ମୀ ବେଶୀ ଆକ୍ରମଣର ଶିକାର ହେଉଥିବା ସେ ଅଭିଯୋଗ ଆଣିଛନ୍ତି। ଏ ନେଇ ଡିଜିପିଙ୍କୁ ତଥ୍ୟ ସମ୍ବଳିତ ଚିଠି ଲେଖିଛନ୍ତି ସାଂସଦ ।
ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ନିକଟ ଅତୀତରେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ସଂଖ୍ୟା ବଢିଛି। ପଞ୍ଚାୟତ ନିର୍ବାଚନଠୁ ସାଧାରଣ ନିର୍ବାଚନ ମଧ୍ୟରେ ହୋଇଥିବା ଆକ୍ରମଣର ତଥ୍ୟ ଏହି ଚିଠିରେ ଉଲ୍ଲେଖ କରିଛନ୍ତି ଅପରାଜିତା।
#ରାଜ୍ୟରେ_କ୍ରମାଗତ_ଭାବେ_ହିଂସାକାଣ୍ଡ_ବଢି_ଚାଲିଛି
ଯେଉଁ ସଂଖ୍ୟାରେ ହିଂସା ବଢୁଛି, ତାହା ତୁଳନାରେ ଦଣ୍ଡ କମ୍ ହେଉଛି। @DGPOdisha ଙ୍କୁ ଏକ ତଥ୍ୟ ସମ୍ବଳିତ ଚିଠି ଲେଖିଲେ #MP @AprajitaSarangi । ନିକଟ ଅତୀତରେ #BJP କର୍ମୀଙ୍କ ଉପରେ ଆକ୍ରମଣ ସଂଖ୍ୟା ବଢିଥିବା ନେଇ ଦେଲେ ସୂଚନା#Odisha @odisha_police pic.twitter.com/JdvxKIxCTS— ଓଟିଭି (@otvkhabar) January 8, 2021
ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩ଟି ସ୍ଥାନରେ ବିଜେପି କର୍ମୀ ହିଂସାର ଶିକାର ହୋଇଛନ୍ତି। ସେହିପରି କେନ୍ଦ୍ରାପଡ଼ାରେ ୨ ଓ ଖୋର୍ଦ୍ଧା ଜିଲ୍ଲାରେ ୨ଟି ସ୍ଥାନରେ ହିଂସାର ଶିକାର ହୋଇଛନ୍ତି ବିଜେପି କର୍ମୀ। କେବଳ ଏତିକି ନୁହେଁ, ଢେଙ୍କାନାଳ, ମାଲକାନଗିରି, ମୟୂରଭଞ୍ଜରେ ଗୋଟିଏ ଲେଖାଏ ସ୍ଥାନରେ ହିଂସାକାଣ୍ଡ ହୋଇଥିବା ନେଇ ସୂଚନା ଦେଇଛନ୍ତି ଅପରାଜିତା।
ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ, ଗଜପତି, ଭଦ୍ରକ, କୋରାପୁଟ, ବଲାଙ୍ଗୀର, ରାୟଗଡ଼ାରେ ମଧ୍ୟ ଆକ୍ରମଣ ହୋଇଛି। ତେବେ ଦୁର୍ବଳ ତଦନ୍ତରୁ ସମସ୍ତ ଘଟଣାରେ ଦୋଷୀ ଖସି ଯାଉଛନ୍ତି ବୋଲି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ। ତେବେ NCRB ରିପୋର୍ଟ ଅନୁସାରେ ୨୦୧୮ରେ ଓଡ଼ିଶାରେ ଦଣ୍ଡବିଧାନ ସଂଖ୍ୟ ନଗଣ୍ୟ ବୋଲି କହିଛନ୍ତି ଶ୍ରୀମତି ଷଡଙ୍ଗୀ।