ବନ୍ୟାଞ୍ଚଳ ବୁଲି ଖାଦ୍ୟ ବଣ୍ଟନ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର; ବନ୍ୟାଂଚଳ ପରିଦର୍ଶନ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଖୋର୍ଦ୍ଧା ନିର୍ବାଚନମଣ୍ଡଳୀର ଅନେକ ଅଂଚଳ ଜଳମଗ୍ନ ହୋଇଛି।

କିଛି ଅଂଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ପ୍ରଭାବିତ ଅଂଚଳ ପରିଦର୍ଶନ କରି ଶୁଖିଲା ଓ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି ଅପରାଜିତା।

ଲୋକଙ୍କ ସମସ୍ୟା ବୁଝି ସ୍ଥାନୀୟ ଜିଲ୍ଲା ପ୍ରଶାସନ ସହଯୋଗରେ ଏହାର ସମାଧାନ କରିଛନ୍ତି। ଲୋକଙ୍କ ଧନଜୀବନର ସୁରକ୍ଷା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ସାଂସଦ ଅପରାଜିତା ଷଢ଼ଙ୍ଗୀ। ଏଥିରେ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ

You might also like