ଯେଉଁମାନେ ନିଖୋଜ ପୋଷ୍ଟର ଲଗାଇଥିଲେ ସେମାନେ ମୋର ଶୁଭେଚ୍ଛୁ-ଅପରାଜିତା

ଦିଲ୍ଲୀରୁ ଆସିଲେ, ପ୍ରେସମିଟ୍‌ କଲେ

ଭୁବନେଶ୍ୱର: ସଂସଦର ଅଧିବେଶନ ସାରି ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରେସମିଟ୍ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। କହିଲେ, ଜାନୁଆରୀ ୨୯ରୁ ଫେବ୍ରୁଆରୀ ୧୩ ଯାଏ ସଂସଦ ଚାଲିଥିଲା। ତେଣୁ ଲୋକସଭା ସାଂସଦ ଭାବେ ସଂସଦରେ ଉପସ୍ଥିତ ଥିଲି । ଏହାସହ ଅପରାଜିତା ଆହୁରି ମଧ୍ୟ କହିଛନ୍ତି ଯେ,  ଖବର ପାଇଲି କିଛି ଛକରେ ମୋ ଫଟୋ ଦେଇ ନିଖୋଜ ପୋଷ୍ଟର ଲାଗିଛି, ଏହି ଖବର ମୁଁ ହ୍ୱାଟ୍ସଆପରେ ପାଇଥିଲି ବୋଲି କହିଛନ୍ତି ଅପରାଜିତା। ମାର୍ଚ୍ଚ ୮ରୁ ଏପ୍ରିଲ ୮ଯାଏ ବଜେଟ ଅଧିବେଶନ ଦ୍ୱିତୀୟ ସତ୍ର ଅଛି। ତେଣୁ ଯେଉଁ ବନ୍ଧୁ ପୋଷ୍ଟର ଲଗାଇଥିଲେ, ସେମାନଙ୍କୁ ଧନ୍ୟବାଦ ଜଣାଉଛି। ସେମାନେ ପୁଣି ପ୍ରତ୍ୟେକ ଗଳି, ଛକରେ ମୋର ପୋଷ୍ଟର ଲଗାଇବାକୁ କହିଲେ ଅପରାଜିତା। ଏହାସହ କହିଲେ, ଯେଉଁମାନେ ପୋଷ୍ଟର ଲଗାଇଥିଲେ, ସେମାନେ ସମସ୍ତେ ମୋ ଶୁଭେଚ୍ଛୁ।

କେବଳ ଏତିକି ନୁହେଁ ବାଇ ଲ କୁ ନେଇ ମୁହଁ ଖୋଲିଛନ୍ତି। କହିଛନ୍ତି, ବାଇ ଲ ପ୍ରସଙ୍ଗରେ ମୁଁ ମନ୍ତ୍ରାଳୟ ସହ ବିସ୍ତୃତ କଥା ହୋଇଛି।
ରାଜ୍ୟ ସରକାର କଥା ବୁଝନ୍ତୁ, ଆରୋପ ପ୍ରତ୍ୟାରୋପରେ କିଛି ହେଇନି କି ହେବ ନାହିଁ। ଆମେ ସମସ୍ତେ ଓଡ଼ିଶାର ବିକାଶ ଚାହୁଁଛୁ, ତର୍କ ବିତର୍କରେ କୌଣସି ଲାଭ ନାହିଁ ବୋଲି ପ୍ରେସମିଟ୍‌ରେ କହିଲେ ଭୁବନେଶ୍ୱର ସାଂସଦ। ଏହାସହ  ବିକାଶର କୌଣସି ଦଳ ନଥାଏ ବୋଲି ରୋଠଠୋକ୍ କହିଲେ ସାଂସଦ। ଏସବୁ କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ ନେଇ ଆଇନରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି।

ଆଇନ ରହିଛି କୀର୍ତ୍ତିରାଜିର ପ୍ରଥମ ୧୦୦ ମିଟର ନିଷିଦ୍ଧାଞ୍ଚଳ ଏବଂ ୧୦୦ ମିଟର ମଧ୍ୟରେ କୌଣସି ନିର୍ମାଣ କାର୍ଯ୍ୟ କରାଯାଇ ପାରିବନାହିଁ ବୋଲି ଆଇନ କହୁଛି। ୨ଶହ ମିଟର ମଧ୍ୟରେ ଅନୁମତି ନେଇ କାମ କରାଯାଇ ପାରିବ। କିନ୍ତୁ ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକଙ୍କ ଅନୁମତି ନେଇ କାର୍ଯ୍ୟ କରାଯିବା ନେଇ ଆଇନ କହୁଛି। ନିୟମ ଅନୁସାରେ, ସଂସ୍କୃତି ନିର୍ଦ୍ଦେଶକ NMAକୁ ପଠାଇବେ, NMA କହିଲେ କାମ ହୋଇପାରିବ ବୋଲି କହିଲେ ଅପରାଜିତା। ଆମେ ଯଦି କାମ କରିବାକୁ ଅନୁମତି ମାଗିବା, କେନ୍ଦ୍ର ବାଧା ଦେବନି ବୋଲି ସ୍ପଷ୍ଟ ଭାବରେ କହିଲେ ଅପରାଜିତା।

“ଯାହା ସବୁ ଘଟିଲା ଏହା ଅଜ୍ଞାନତାର ପରିଚୟ। ହେରିଟେଜ୍ ବାଇ ଲ ପ୍ରତ୍ୟାହାର ହେଲେ କିଛି ଲାଭ ହେବନାହିଁ, କାରଣ କାରଣ ସମ୍ବିଧାନରେ ଆଇନ ରହିଛି, ସେ ତ ପ୍ରତ୍ୟାହାର ହେଉନି। ତେଣୁ ବାଇ ଲ ଲାଗୁ ହେଲେ ସବୁକିଛି ଆହୁରି ବ୍ୟବସ୍ଥିତ ହୋଇଯିବ।ରାଜ୍ୟ ସରକାରଙ୍କ ମତାମତ ନିଆନଯିବା କହିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ପ୍ରେସମିଟ୍‌ରେ କହିଲେ ଅପରାଜିତା ଷଡଙ୍ଗୀ।

You might also like