ଅପରାଜିତାଙ୍କ ପ୍ରଶ୍ନ; ପ୍ରବାସୀ ଓଡ଼ିଆଙ୍କ ପାଇଁ କ’ଣ କରିଛନ୍ତି ସରକାର ?

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆ କାମ ଅନ୍ୱେଷଣରେ ପୁଣିଥରେ ଅନ୍ୟ ରାଜ୍ୟକୁ ଯିବା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ। ପ୍ରବାସୀ ଓଡ଼ିଆଙ୍କ ପାଇଁ ସରକାର କ’ଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।?  ସେ କହିଛନ୍ତି, ଗତ ମେ ମାସ ପରେ ରାଜ୍ୟକୁ ୯ ଲକ୍ଷରୁ ଅଧିକ ପ୍ରବାସୀ ଫେରିଥିଲେ। ହେଲେ ଏବେ ପୁଣି ଥରେ କାମ କରିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ରାଜ୍ୟ ସରକାରଙ୍କ ତତ୍ପରତା ଅଭାବରୁ ବହୁ ସଂଖ୍ୟାରେ ଲୋକେ ଫେରିବାକୁ ବାହାରିଛନ୍ତି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଅପରାଜିତା। ଏଥିସହିତ ଆମେ କେବଳ କଞ୍ଚାମାଲ ଯୋଗାଇବାରେ ସୀମିତ ରହିଛୁ। ରାଜ୍ୟରେ ବୃହତ କମ୍ପାନୀ ନାହିଁ, ଯାହା ଫଳରେ ଲୋକେ ବେକାର ବସିଛନ୍ତି ବୋଲି କହିଛନ୍ତି ଅପରାଜିତା।

ପ୍ରବାସୀଙ୍କୁ ସରକାର କାମ ଯୋଗାଇ ଦେବାର ସରକାରଙ୍କ ପ୍ରତିଶ୍ରୁତିକୁ ନେଇ ଅପରାଜିତା କହିଛନ୍ତି, ଲକ୍‌ଡାଉନ୍ ପରେ ରାଜ୍ୟକୁ ଫେରିଥିବା ଶ୍ରମିକଙ୍କ ତାଲିକା ପ୍ରସ୍ତୁତ କରି ଏମାନଙ୍କ ଦକ୍ଷତା ଅନୁଯାୟୀ ନିଯୁକ୍ତି ଦେବା ନେଇ କହିଥିଲେ। ହେଲେ ନିଯୁକ୍ତି ଏବେ ଯାଏ ମିଳିଲାନି। ସେହିପରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପ୍ରବାସୀଙ୍କ ନିଯୁକ୍ତି ପାଇଁ ଅନୁପଯୋଗୀ APP ନିର୍ମାଣ ହୋଇଛି। ନିଯୁକ୍ତି ନମିଳିବାରୁ ଏବେ ଲକ୍ଷାଧିକ ଯୁବକ ରାଜ୍ୟ ଛାଡ଼ି ବାହାରକୁ କାମ କରିବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି। ଭୁବନେଶ୍ୱର ସାଂସଦଙ୍କ ଅଭିଯୋଗ ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନି।

You might also like