ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ କଣ କହିଲେ ସିପି?

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଘଟଣାରେ ଜଣେ ପୋଲିସ୍ କର୍ମଚାରୀ ଓ ତାଙ୍କର ଦୁଇ ସହଯୋଗୀ ସଂପୃକ୍ତ ବୋଲି ପୀଡ଼ିତାଙ୍କ ମାଆ ଅଭିଯୋଗ କରିଥିଲେ।  ସେମାନେ ଚିହ୍ନଟ ହେଲେଣି କି ବୋଲି ପ୍ରଶ୍ନର ଉତ୍ତରରେ ସିପି କହିଛନ୍ତି ତାହା ତଦନ୍ତର ମୂଳ ବିଷୟ ନୁହେଁ। ତଦନ୍ତ ଅନ୍ୟ ଦିଗରେ ଗତି କରୁଛି। ସେ ବିଷୟରେ ଯାଞ୍ଚ କରାଯାଉଥିବା ସିପି କହିଛନ୍ତି।

ସେହିଭଳି ଆସନ୍ତା ୭ ତାରିଖ ସୁଦ୍ଧା ମାମଲାର ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ସେ ସଂପର୍କରେ ସିପି କହିଛନ୍ତି ଯେ, କୋର୍ଟଙ୍କୁ ରିପୋର୍ଟ ଦେଇଦିଆଯିବ।

ଗତ ସେପ୍ଟମ୍ବର ୩୦ ତାରିଖରେ ଏ ସଂପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ତଦନ୍ତରେ ଶିଥିଳତାକୁ ହାଇକୋର୍ଟଙ୍କ ଅସନ୍ତୋଷ ପ୍ରକାଶ କରିଥିଲେ। ତତସହିତ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଦ୍ୱାରା  ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଗତ ଅଗଷ୍ଟ ୩୦ ତାରିଖରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦାୟର ହୋଇଥିଲା ଏହି ଘଟଣାରେ ଓଟିଭିର କିଛି କର୍ମଚାରୀ, ଜଣେ ପୋଲିସ କର୍ମଚାରୀ ଓ ତାଙ୍କର ଦୁଇ ସହଯୋଗୀ ସଂପୃକ୍ତ ଥିବା ପୀଡ଼ିତା ଅଭିଯୋଗ କରିଥିଲେ। ହେଲେ ଏଯାଏଁ ଉକ୍ତ ପୋଲିସ୍ କର୍ମଚାରୀଙ୍କୁ ଚିହ୍ନଟ କରିପାରିନି ପୋଲିସ୍।

ଅପରପକ୍ଷରେ ପୂରା ମାମଲାରେ ପୋଲିସ୍, ଓଟିଭିର ବରିଷ୍ଠ ସାମ୍ବାଦିକ ଓ ଅଧିକାରୀମାନଙ୍କୁ ବାରମ୍ବାର ମହିଳା ଥାନାକୁ ଡକାଇ ପଚରାଉଚରା କରୁଛି। ମାମଲା ସଂପର୍କିତ ସମସ୍ତ ଦସ୍ତାବିଜ ଓ ଅଡିଓ ଟେପ୍ ହସ୍ତାନ୍ତର କରିବା ସହିତ ତଦନ୍ତରେ ସବୁଥିରେ ପୋଲିସ୍‌କୁ ପୁରା ସହଯୋଗ କରିଆସିଛନ୍ତି ଓଟିଭି କର୍ତ୍ତୃପକ୍ଷ।

ଆହୁରି ପଢ଼ନ୍ତୁ

ସନ୍ଦିଗ୍ଧ ଆତଙ୍କୀ ଲିଙ୍କରେ ଭୁବନେଶ୍ୱରରୁ ଜଣକୁ ଉଠାଇ ନେଲା NIA

ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ

ଭଡ଼ା ଘରୁ ମିଳିଲା ଇଞ୍ଜିନିୟରିଂ କଲେଜ ପ୍ରଫେସରଙ୍କ ମୃତଦେହ

ଆଡ଼ ଆଖିରେ ଚାହିଁଲେନି ଭାଇବନ୍ଧୁ, ରାସ୍ତା ଉପରେ ଶୁଆଇ ସହାୟତା ଦାବି କଲେ ଗାଁଲୋକ

୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ଓଡ଼ିଶାରେ ସୁଧୁରୁଛି କରୋନା ସ୍ଥିତି: ୨୪ ଘଣ୍ଟାରେ ୧,୯୩୧ ପଜିଟିଭ୍‌ ଚିହ୍ନଟ

୪୮ ଘଣ୍ଟାରେ ଅବପାତର ରୂପ ନେଇପାରେ ଲଘୁଚାପ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିବ୍ୟାଙ୍ଗ ବାଳିକା

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୱାର୍ଣ୍ଣିଂ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

You might also like