ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣବଳାତ୍କାର ଅଭିଯୋଗ ମାମଲାରେ ଅଭିଯୁକ୍ତ ପୋଲିସ କର୍ମଚାରୀ ଏଯାଏ ଚିହ୍ନଟ ହୋଇପାରି ନାହାନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ ଓ ଜେରା ହେଲାଣି କି ବୋଲି ପ୍ରଶ୍ନର ଉତ୍ତରରେ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ତଦନ୍ତ ଚାଲୁ ରହିଛି। ଏହାର ଅର୍ଥ ନିଜ ବିଭାଗର କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ।

ଗତ ଅଗଷ୍ଟ ୩୦ ତାରିଖରେ ଏତଲା ଦେଇଥିଲେ ନାବାଳିକାଙ୍କ ମାଆ। ସେ ଖୋଲାଖୋଲି ଭାବେ ଅଭିଯୋଗ କରିଥିଲେ ଯେ, ଘଟଣାରେ ଗଣମାଧ୍ୟମର କର୍ମଚାରୀଙ୍କ ସହିତ ଜଣେ ପୋଲିସ କର୍ମଚାରୀ ଓ ତାଙ୍କର ଦୁଇ ସହଯୋଗୀ ସଂପୃକ୍ତ ଅଛନ୍ତି।

ତେବେ ଏହା ଭିତରେ ପ୍ରାୟ ତିନି ସପ୍ତାହ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତ ପୋଲିସ କର୍ମଚାରୀ କିଏ, ତାହା ଚିହ୍ନଟ ହୋଇପାରିନାହିଁ। କେବଳ ଓଟିଭିର କର୍ମଚାରୀଙ୍କୁ ବାରମ୍ବାର ମହିଳା ଥାନାକୁ ଡାକି ଜେରା କରାଯାଉଥିବା ବେଳେ ଏପଯର୍ୟନ୍ତ କେମିତି ନିଜ କର୍ମଚାରୀଙ୍କୁ ପୋଲିସ ଚିହ୍ନଟ କରିପାରିପାରିନାହିଁ, ସେ ନେଇ ପ୍ରଶ୍ନ ଉଠିଛି।

ଆହୁରି ପଢ଼ନ୍ତୁ

ନଭେମ୍ବର ପାଇଁ ଅନ୍‌ଲକ୍-୬ ଗାଇଡ୍‌ ଲାଇନ୍ ଜାରି

ଆସିଲା ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍ସ: ଜାଣନ୍ତୁ ଓଡ଼ିଶାରେ କେବେ ଖୋଲିବ ସ୍କୁଲ…

ନଭେମ୍ବରରେ କେମିତି ଚାଲିବ ସରକାରୀ ଅଫିସ, ଆସିଲା ଗାଇଡ୍‌ଲାଇନ୍

କମ୍ବିଂ ଅପରେସନ୍ ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

You might also like