କାଲି ବି ବର୍ଷିବ, ୯ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
ଭୁବନେଶ୍ୱର: ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଆଜି ୯ ଜିଲ୍ଲାକୁ ରେଡ୍, ୧୧ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି କାଲି ମଧ୍ୟ ୯ ଜିଲ୍ଲାକୁ ପାଣିପାଗ ବିଭାଗ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରିଛି।
ଏହି ଜିଲ୍ଲାଗୁଡିକ ହେଲା- ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ସୁନ୍ଦରଗଡ଼ ଓ ଦେବଗଡ଼। ସେପଟେ ସମୁଦ୍ର ଅଶାନ୍ତ ଥିବାରୁ ୨୭ ତାରିଖ ସୁଦ୍ଧା ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।
ଆଗାମୀ ୨ ଦିନରେ ବର୍ଷା ନେଇ SRC ପ୍ରଦୀପ ଜେନା ସୂଚନା ଦେଇଛନ୍ତି ଯେ ଜିଲ୍ଲାପାଳମାନଙ୍କୁ ସତର୍କ ସହ କର୍ମଚାରୀଙ୍କୁ ସଜାଗ ପାଇଁ କୁହାଯାଇଛି। ବର୍ଷା ପାଇଁ କିଛି ତଳିଆ ଅଞ୍ଚଳରେ ପାଣି ଜମିପାରେ। ପାହାଡ଼ିଆ ଅଞ୍ଚଳରେ ଫ୍ଲାସ୍ ପ୍ଲଡ୍ ସ୍ଥିତି ସୃଷ୍ଟି ହୋଇପାରେ।
କେତେକ ସ୍ଥାନରେ କଚା ଘର ମଧ୍ୟ କ୍ଷତି ହେବାର ଆଶଙ୍କା ରହିଛି। ଜଳସମ୍ପଦ ଓ ଡ୍ରେନେଜ୍ ବିଭାଗ ଇଞ୍ଜିନିୟରଙ୍କୁ ସଜାଗ କରାଯାଇଛି। ରାସ୍ତା ଓ ବ୍ରିଜରେ ପାଣି ଚାଲୁଥିଲେ କେହି ନ ଯିବାକୁ SRC ପରାମର୍ଶ ଦେଇଛନ୍ତି।
ଆଜି ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ ଢେଙ୍କାନାଳ, ଅନୁଗୁଳ ଏବଂ ଦେବଗଡ଼ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ଆଜି ପାଇଁ ପୁରୀ, ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ,ବଲାଙ୍ଗିର ଓ କନ୍ଧମାଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏସବୁ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।