ସିଲ୍ ହେଲା ଭୁବନେଶ୍ୱର ମାର୍କେଟ୍ ବିଲ୍‌ଡିଂ

ଭୁବନେଶ୍ୱର: ସିଲ୍ ହେଲା ଭୁବନେଶ୍ୱର ମାର୍କେଟ୍ ବିଲ୍‌ଡିଂ। ସାମାଜିକ ଦୂରତା ନିୟମ ଉଲ୍ଲଘଂନ ଅଭିଯୋଗରେ ସିଲ୍ କରିଛି ଭୁବନେଶ୍ୱର ମହାନଗର ନିଗମ। ବଜାରରେ ଭିଡ଼ ଜମୁଥିବା ସହ ପ୍ରବଳ ଲୋକଙ୍କ ଗହଳି ଜମୁଥିଲା। ଏହି ସମୟରେ ସାମାଜିକ ଦୂରତା ସହ କୋଭିଡ୍ ନିୟମ ଉଲ୍ଲଘଂନ ହେଉଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ BMCର ଜୋନାଲ ଡେପୁଟି କମିଶନର ମାର୍କେଟକୁ ସିଲ୍ କରିଛନ୍ତି।

ଆଜି ରଜ କିଣାବିକା ନେଇ ରାତ୍ରୀକାଳୀନ କର୍ଫ୍ୟୁକୁ ସାମାନ୍ୟ କୋହଳ କରିଥିଲେ ରାଜ୍ୟ ସରକାର। ଏନେଇ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯାଇଥିଲା। ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି ୧୦ଟାରେ କର୍ଫ୍ୟୁ ଲାଗୁ କରାଯିବ ବୋଲି କୁହାଯାଇଥିଲା।

କିନ୍ତୁ ରଜ କିଣା ସମୟରେ ମାର୍କେଟ ବିଲ୍‌ଡିଂ ସାମାଜିକ ଦୂରତ୍ୱ ନିୟମ ତ ଦୂରର କଥା, ଏଠାରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା।  ତେବେ ସାମାଜିକ ଦୂରତା ସହ କୋଭିଡ୍ ନିୟମ ଉଲ୍ଲଘଂନ ହେଉଥିବା ଅଭିଯୋଗରେ BMCର ଜୋନାଲ ଡେପୁଟି କମିଶନର(ଜେଡିସି) ମାର୍କେଟକୁ ସିଲ୍ କରିଛନ୍ତି।

ମାର୍କେଟ ବିଲଡିଂ ସିଲ୍ ନେଇ ଜେଡିସି ଅଂଶୁମାନ ରଥ କହିଛନ୍ତି ଯେ, ମାର୍କେଟ ବିଲ୍‌ଡିଂ ଆଜି ପାଇଁ କେବଳ ସିଲ୍ କରାଯାଇଛି। ଏମିତି ବି ଆସନ୍ତାକାଲି ଓ ରବିବାର ସଟ୍ ଡାଉନ୍ ରହିଛି। ସୋମବାର ସ୍ଥିତି ଦେଖି ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ଜେଡିସି କହିଛନ୍ତି।

ପ୍ରକାଶଥାଉକି, ଆଜି ଭୁବନେଶ୍ୱରରୁ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ହସ୍ପିଟାଲ୍‌ କେସ୍‌ ରହିଥିବାବେଳେ ଆଉ ଗୋଟିଏ ହୋମ୍‌ କ୍ୱାରେଣ୍ଟିନ୍‌ କେସ୍‌ ରହିଛି। ଭୁବନେଶ୍ୱରରେ ଏଯାବତ୍‌ ୧୦୩ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁରୀ ଶାଢୀ ପଶ୍ଚିମବଙ୍ଗର ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

You might also like