ରାଜଧାନୀରେ ମର୍ଡର: ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ

ଭୁବନେଶ୍ୱର: ରାଜଧାନୀରେ ଦୁଇ ପ୍ରହରରେ ମର୍ଡର। ରାସ୍ତା ଉପରେ ଗୋଡେଇ ଗୋଡେଇ ହାଣିଲେ। ଏହି ଘଟଣା ଘଟିଛି ଭୁବନେଶ୍ୱର ସାମନ୍ତରାପୁରରେ।

ଜଣେ ଯୁବକ ସେଠାରେ ମିଠା ଦୋକାନ କରିଥିଲେ। ସେଠାରେ ଅନ୍ୟ ଏକ ଦୋକାନୀଙ୍କ ସହ ବ୍ୟବସାୟିକ ଶତ୍ରୁତା ହୋଇଥିଲା। ଏହାକୁ କେନ୍ଦ୍ର କରି ସମ୍ପୃକ୍ତ ମିଠା ଦୋକାନୀଙ୍କୁ ନିର୍ମମ ହତ୍ୟା କରାଯାଇଛି।

ରାସ୍ତା ଉପରେ ଗୋଡ଼େଇ ଗୋଡ଼େଇ ମାରଣାସ୍ତ୍ରରେ ହତ୍ୟା କରାଯାଇଛି।  ବ୍ୟାବସାୟିକ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ତେବେ ପ୍ରଥମେ ଆକ୍ରମଣକାରୀ ଜଣକ ଦୋକାନୀକୁ ଏକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରୁ ପଳାୟନ କରୁଥିବା ବେଳେ ପଛରୁ ଆକ୍ରମଣ କରିଥିଲା। ଏହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି

ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ଭୁବନେଶ୍ୱର-ପୁରୀ ରାସ୍ତା ଅବରୋଧ କରାଯାଇଛି। ଘଟଣା ସ୍ଥଳରେ ଲିଙ୍ଗରାଜ ଥାନା ପୋଲିସ ପହଞ୍ଚି ବୁଝାସୁଝା ପରେ ଚାସ୍ତାରୋକ ହଟିଛି।

ଆହୁରି ପଢ଼ନ୍ତୁ

ପିଜି ପ୍ରବେଶିକା ପରୀକ୍ଷାର ସମୟସାମା ଦୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ

ସନ୍ଦିଗ୍ଧ ଆତଙ୍କୀ ଲିଙ୍କରେ ଭୁବନେଶ୍ୱରରୁ ଜଣକୁ ଉଠାଇ ନେଲା NIA

ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ

ଭଡ଼ା ଘରୁ ମିଳିଲା ଇଞ୍ଜିନିୟରିଂ କଲେଜ ପ୍ରଫେସରଙ୍କ ମୃତଦେହ

ଆଡ଼ ଆଖିରେ ଚାହିଁଲେନି ଭାଇବନ୍ଧୁ, ରାସ୍ତା ଉପରେ ଶୁଆଇ ସହାୟତା ଦାବି କଲେ ଗାଁଲୋକ

୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ଓଡ଼ିଶାରେ ସୁଧୁରୁଛି କରୋନା ସ୍ଥିତି: ୨୪ ଘଣ୍ଟାରେ ୧,୯୩୧ ପଜିଟିଭ୍‌ ଚିହ୍ନଟ

୪୮ ଘଣ୍ଟାରେ ଅବପାତର ରୂପ ନେଇପାରେ ଲଘୁଚାପ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିବ୍ୟାଙ୍ଗ ବାଳିକା

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୱାର୍ଣ୍ଣିଂ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

You might also like