ଦିନ ଗୋଟେ ସୁଦ୍ଧା ରାଜ୍ୟରେ ୩୪% ମତଦାନ: ଭୁବନେଶ୍ୱରରେ ସବୁଠୁ କମ୍

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ମତଦାନରେ ଦିନ ଗୋଟାଏ ସୁଦ୍ଧା ରାଜ୍ୟରେ ୩୪ ପ୍ରତିଶତ ମତଦାନ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱରରେ ମାତ୍ର ୨୦ ପ୍ରତିଶତ ମତଦାନ ହୋଇଛି।

ପୁରୀରେ ୩୩ ପ୍ରତିଶତ, କଟକରେ ୩୩ ପ୍ରତିଶତ, ଢେଙ୍କାନାଳରେ ୩୩ ପ୍ରତିଶତ, କେନ୍ଦୁଝରରେ ୩୫ ପ୍ରତିଶତ ଏବଂ ସମ୍ବଲପୁରରେ ୩୦ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ତେବେ ଭୁବନେଶ୍ୱରରେ ସବୁଠୁ କମ୍ ପୋଲିଂ ହୋଇଛି ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି।

You might also like