ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା : ଓଟିଭି ରଖିଲା ପ୍ରତିକ୍ରିୟା

ପ୍ରତିକ୍ରିୟା ରଖିଲା ଓଟିଭ

ଭୁବନେଶ୍ୱର : ଭୁବନେଶ୍ୱର ନାବାଳିକ ଗଣଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗତକାଲି ରାତିରେ ୪ ଜଣଙ୍କୁ ଗିରଫ କରାଯାଇଛି । ତେହବ ଏହାରି ମଧ୍ୟରେ ଓଟିଭିର କର୍ମଚାରୀ ମଧ୍ୟ ରହିଛନ୍ତି । ତେବେ ଓଟିଭି ପକ୍ଷରୁ କୁହାଯାଇଛି ଯେ, ତଦନ୍ତରେ ଓଟିଭି ଓ ଏହାର କର୍ମଚାରୀ ସର୍ବଦା ପୋଲିସକୁ ସହଯୋଗ କରିଆସିଛନ୍ତି । ତେବେ ଗିରଫ କର୍ମଚାରୀଙ୍କ ବିରୋଧରେ କୌଣସି ପ୍ରାଥମିକ ଦ୍ରଷ୍ଟବ୍ୟ ପ୍ରମାଣନାହିଁ । ତେଣୁ ସେମାନଙ୍କୁ ବିଳମ୍ବିତ ରାତିରେ ଗିରଫ କରିବାର କୌଣସି କାରଣ ନାହିଁ ।

ଏହି ମାମଲାରେ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ସହ ସମସ୍ତ କର୍ମଚାରୀ ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିଆସୁଛନ୍ତି । ଏପରିକି ମହିଳା କମିଶନ ଏବଂ ଶିଶୁ ସୁରକ୍ଷା ଅଧିକାର କମିଶନଙ୍କ ନିକଟରେ ମଧ୍ୟ ହାଜର ହୋଇ ଆସୁଛନ୍ତି । ଏହି ମାମଲାର ଶୁଣାଣି ବେଳେ ପୋଲିସ ପକ୍ଷରୁ କେହି ହାଜର ହେଉନାହାନ୍ତି । ତେବେ ମାମଲାରେ କିଛି ପୋଲିସ କର୍ମଚାରୀ ଅଭିଯୁକ୍ତ ଥିଲେ ମଧ୍ୟ ସେମାନଙ୍କ ନାଁ ପ୍ରକାଶ କରାଯାଉନାହିଁ କି ସେମାନଙ୍କୁ ଜେରା କରାଯାଉନାହିଁ ।

କାହିଁକି ପୋଲିସ କର୍ମଚାରୀଙ୍କୁ ଗିରଫ କରାଯାଉନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ । ପୋଲିସ ୟୁନିଫର୍ମ ପିନ୍ଧି ଅଭିଯୁକ୍ତ ଗଣଦୁଷ୍କର୍ମ କରିଥିବା ନେଇ ନାବାଳିକାଙ୍କ ମାଆ ଅଭିଯୋଗ କରିଥିଲେ ବି ସଂପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ । ତେବେ ପରୀ, ପିହୁ, ସ୍ୱାତୀ ମାମଲା ଓ ଜଳେଶ୍ୱରରୁ ନାବାଳିକାର ମୃତଦେହ ମିଳିବା ପରେ, ଅଡୁଆ ସୁତାରେ ଛନ୍ଦି ହୋଇଥିବା ଓଡ଼ିଶା ପୋଲିସ ଏଥିରୁ ନଜର ହଟାଇବା ଲାଗି ଏହି ପଦକ୍ଷେପ ନେଇନାହି ତ ? ତେବେ ଏହାକୁ ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା ।

ଓଟିଭିର ପ୍ରତିକ୍ରିୟା
ତଦନ୍ତରେ ଓଟିଭି ଓ ଏହାର କର୍ମଚାରୀ ସର୍ବଦା ସହଯୋଗ କରିଆସିଛନ୍ତି ।

ଗିରଫ କର୍ମଚାରୀଙ୍କ ବିରୋଧରେ କୌଣସି ପ୍ରାଥମିକ ଦ୍ରଷ୍ଟବ୍ୟ ପ୍ରମାଣନାହିଁ।

ତେଣୁ ସେମାନଙ୍କୁ ବିଳମ୍ବିତ ରାତିରେ ଗିରଫ କରିବାର କୌଣସି କାରଣ ନାହିଁ ।

ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ସହ ସମସ୍ତ କର୍ମଚାରୀ ସହଯୋଗ କରିଆସୁଛନ୍ତି ।

ମହିଳା କମିଶନ ଏବଂ ଶିଶୁ ସୁରକ୍ଷା ଅଧିକାର କମିଶନଙ୍କ ନିକଟରେ ହାଜର ହୋଇଆସୁଛନ୍ତି ।

ବାରମ୍ବାର ସମନ ସତ୍ତ୍ୱେ ଶୁଣାଣି ବେଳେ ପୋଲିସ ପକ୍ଷରୁ କେହି ହାଜର ହେଉନାହାନ୍ତି॥

ପୋଲିସ କର୍ମଚାରୀ ଅଭିଯୁକ୍ତ ଥିଲେ ମଧ୍ୟ ସେମାନଙ୍କ ନାଁ ପ୍ରକାଶ କରାଯାଉନାହିଁ ।

କାହିଁକି ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ ଜେରା କରାଯାଉନାହିଁ ?

କାହିଁକି ପୋଲିସ କର୍ମଚାରୀଙ୍କୁ ଗିରଫ କରାଯାଉନାହିଁ ?

ପୋଲିସ ୟୁନିଫର୍ମ ପିନ୍ଧି ଗଣଦୁଷ୍କର୍ମ କରିଥିବା ନାବାଳିକାଙ୍କ ମାଆ ଅଭିଯୋଗ କରିଥିଲେ

ପରୀ, ପିହୁ, ସ୍ୱାତୀ ମାମଲାରୁ ନଜର ହଟାଇବାକୁ ନିଆଯାଇନି ତ ଏହି ପଦକ୍ଷେପ ?

You might also like