କରୋନାମୁକ୍ତ ହେଲା ଭୁବନେଶ୍ୱର, ଜଗତସିଂହପୁର ଜିଲ୍ଲା

ଭୁବନେଶ୍ୱର: କରୋନାମୁକ୍ତ ହେଲା ଭୁବନେଶ୍ୱର। ଅର୍ଥାତ୍‌ ଭୁବନେଶ୍ୱରେ ଆଉ କୌଣସି ଆକ୍ଟିଭ୍‌ କେସ୍ ନାହିଁ। ଏଠାରେ ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଚିକିତ୍ସିତ ହେଉଥିବା ୩ ଆକ୍ରାନ୍ତ ଡିସ୍‌ଚାର୍ଜ ହେବାପରେ ଏବେ ରାଜଧାନୀ ଭୁବନେଶ୍ୱର କରୋନା ମୁକ୍ତ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। 

ଭୁବନେଶ୍ୱର ଭଳି ଜଗତସିଂହପୁର ଜିଲ୍ଲା ମଧ୍ୟ କରୋନା ମୁକ୍ତ ହୋଇଛି। ଜଗତସିଂହପୁର ଜିଲ୍ଲାରେ ଚିକିତ୍ସାଧୀନ ଥିବା ୫ ଜଣ ଯାକ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜିଲ୍ଲାପାଳ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ୭୦ ବର୍ଷୀୟ ବ୍ୟକ୍ତି ମଧ୍ୟ ଅଛନ୍ତି।

ଅନ୍ୟପକ୍ଷରେ, ଆଜି ମୋଟ ୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିରୁ ସର୍ବାଧିକ ୪୦ ଜଣ ବ୍ୟକ୍ତି ହେଉଛନ୍ତି ଗଞ୍ଜାମ ଜିଲ୍ଲାର।

You might also like