ଭୁବନେଶ୍ୱର : ଆଜି ଭୁବନେଶ୍ୱର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି। ଏଠାରେ ତାପମାତ୍ରା ୪୩.୭ ଡ଼ିଗ୍ରୀ ସେଲସିୟସ୍ ରହିଛି। ରାଜ୍ୟର ୮ଟି ସହର ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଛି। ତାଳଚେରରେ ୪୩.୩ ଡ଼ିଗ୍ରୀ, ଅନୁଗୋଳରେ ୪୨.୭ ଡ଼ିଗ୍ରୀ, ଟିଟିଲାଗଡ଼ରେ ୪୨ ଡ଼ିଗ୍ରୀ, କଟକରେ ୪୧.୧ ଡ଼ିଗ୍ରୀ, ମାଲକାନଗିରିରେ ୪୦.୮ ଡ଼ିଗ୍ରୀ, ଚାନ୍ଦବାଲିରେ ୪୦.୫ ଡ଼ିଗ୍ରୀ ଓ ଝାରସୁଗୁଡ଼ାରେ ୪୦ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି।
ମୁଣ୍ଡଫଟା ଖରା ସାଙ୍ଗକୁ ତତଲା ହାୱା ରାଜଧାନୀବାସୀଙ୍କୁ ଅସ୍ତବ୍ୟସ୍ତ କଲାଣି। ଉପକୂଳ ଓଡ଼ିଶାବାସୀ ମଧ୍ୟ ଗରମରେ ଆଉଟୁପାଉଟୁ ହେଉଛନ୍ତି। ଦିନ ୧୧ଟା ବେଳକୁ ରାଜଧାନୀର ରାସ୍ତାଘାଟ ଶୂନ୍ଶାନ ହୋଇଯାଉଛି।