ମହାମାରୀ କରୋନା ଲଢ଼େଇରେ ଓଡ଼ିଶାକୁ ସଫଳତା

ଭୁବନେଶ୍ୱର: ମହାମାରୀ କରୋନା ଲଢ଼େଇରେ ଓଡ଼ିଶାକୁ ସଫଳତା। ଏଣିକି ଭୁବନେଶ୍ୱର ସିପେଟ୍‌ରେ ହୋଇପାରିବ PPE କିଟ୍‌ରେ ଟେଷ୍ଟ। ନ୍ୟାସନାଲ ଆକ୍ରିଡିଟେସନ୍ ବୋର୍ଡ ଫର୍ ଟେଷ୍ଟିଂ ଆଣ୍ଡ କାଲିବରେସନ୍ ଲାବେରେଟାରିଜ୍ ବା  NABL ଏନେଇ ସ୍ୱୀକୃତି ପ୍ରଦାନ କରିଛି।

ସିପେଟ୍‌କୁ ସ୍ୱୀକୃତି ପରେ ରାଜ୍ୟର କରୋନା ବିରୋଧରେ ଯୁଦ୍ଧ ଅଧିକ ଶକ୍ତିଶାଳୀ ହେବ। ସିପେଟ୍ କୁ PPE କିଟ୍‌ର ଟେଷ୍ଟ ପାଇଁ ମିଳିଥିବା ଅନୁମତି ସମ୍ପର୍କରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ଓଡ଼ିଶାରେ ୭୩୬ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୨୫ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ ୨୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ନୂଆ ୭୩୬ ଆକ୍ରାନ୍ତଙ୍କ ମଧ୍ୟରୁ ୪୮୧ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨୫୫ ରହିଛି।

ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୪୩୭ ରେ ପହଞ୍ଚିଛି। ସେଥିମଧ୍ୟରୁ ୧୧,୯୩୭ ଜଣ ସୁସ୍ଥ ହୋଇଥିବାବେଳେ ୫,୩୮୧ ଜଣ ଚିକିତ୍ସାଧୀନ ଅଛନ୍ତି।

You might also like