ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ପାଇଁ ଆଉ ଏକ ଗୌରବର କଥା। ଭୁବନେଶ୍ୱର ନାଁରେ ଯୋଡ଼ି ହେଲା ଆଉ ଏକ ସମ୍ମାନ।
ରାଜସ୍ଥାନ ଜୟପୁରର JECCରେ ଆୟୋଜିତ ସ୍ମାର୍ଟ ସିଟି ଏକ୍ସପୋରେ ଭୁବନେଶ୍ୱରକୁ ମିଳିଛି ଶ୍ରେଷ୍ଠ ସ୍ମାର୍ଟ ସିଟି ଆଓ୍ୱାର୍ଡ। ଏହି ବିଭାଗ ପାଇଁ ଦେଶର ଅନ୍ୟ ସ୍ମାର୍ଟ ସିଟି ମଧ୍ୟ ରେସ୍ରେ ସାମିଲ ଥିଲେ। ହେଲେ ଭୁବନେଶ୍ୱର ଅନ୍ୟ ସହରକୁ ପଛରେ ପକାଇ ଶ୍ରେଷ୍ଠ ସ୍ମାର୍ଟ ସିଟି ଆଓ୍ୱାର୍ଡ ହାସଲ କରିଛି।
ମୁଖତଃ ଯୁବ ପୀଢ଼ିଙ୍କୁ ଗୁରୁତ୍ୱ, ମହିଳାଙ୍କୁ ସୁରକ୍ଷା ଏବଂ ବସ୍ତି ଅଞ୍ଚଳର ଉନ୍ନତି ଦିଗରେ ସ୍କାର୍ଟ ସିଟି ଭୁବନେଶ୍ୱର କାର୍ଯ୍ୟ କରୁଥିବା ଏହି ଏକ୍ସପୋରେ କୁହାଯାଇଛି।