ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଅଭିଯୁକ୍ତ ଥିବା ପୋଲିସ୍ କର୍ମଚାରୀ ବି ତଦନ୍ତ ପରିସରଭୁକ୍ତ। ଆଜି ଏହି ସୂଚନା ଦେଇଛନ୍ତି ଟ୍ୱିନ୍‌ ସିଟି ପୋଲିସ୍ କମିଶନର୍ ସୁଧାଂଶୁ ଷଡ଼ଙ୍ଗୀ। ତେବେ ସମ୍ପୃକ୍ତ ପୋଲିସ୍ କର୍ମଚାରୀ ଚିହ୍ନଟ ହୋଇଛନ୍ତି କି ନାହିଁ, ସେ ସଂପର୍କରେ କମିଶନର୍ କୌଣସି ଉତ୍ତର ଦେଇନଥିଲେ। କେବଳ କହିଛନ୍ତି, ଏହି ମାମଲାରେ ତଦନ୍ତ ଠିକ୍ ଭାବେ ଚାଲିଛି, ଠିକ୍ ସମୟ ଆସିଲେ ସୂଚନା ଦିଆଯିବ।

ବର୍ତ୍ତମାନ ଏ ସଂପର୍କରେ କିଛି ବକ୍ତବ୍ୟ ରଖିବା ତଦନ୍ତକୁ ପ୍ରଭାବିତ କରିବ। ସତ୍ୟତା ଏବଂ ପ୍ରମାଣ ଭିତ୍ତିରେ ଯାହା କିଛି ନିଷ୍ପତ୍ତି କରାଯିବ ଏବଂ ତଦନ୍ତରୁ ନିର୍ଯାସ ବାହାରିଲେ ଅଦାଲତକୁ ଜଣାଇ ଦିଆଯିବ ବୋଲି ପୋଲିସ୍ କମିଶନର୍ କହିଛନ୍ତି।

ଗତ ଅଗଷ୍ଟ ୩୦ ତାରିଖରେ ଜଣେ ମହିଳା ତାଙ୍କ ନାବାଳିକା ଝିଅକୁ ଗଣଦୁଷ୍କର୍ମ ଅଭିଯୋଗ ନେଇ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦାୟର କରିଥିଲେ। ଏହି ମାମଲାରେ ମହିଳା ଥାନା ପୋଲିସ୍ ଓଟିଭିର କିଛି କର୍ମଚାରୀଙ୍କୁ ଥାନାକୁ ଡାକି ଘଣ୍ଟା ଘଣ୍ଟା ଜେରା କରିଥିଲେ ମଧ୍ୟ ଅଭିଯୁକ୍ତ ପୋଲିସ୍ କର୍ମଚାରୀ ଚିହ୍ନଟ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ଆହୁରି ପଢ଼ନ୍ତୁ

ବିଜୁଳି ଦର ବୃଦ୍ଧି ପ୍ରତିବାଦ: ଆଜି ୧୫ ମିନିଟ୍‌ ପାଇଁ ଲାଇଟ୍‌ ବନ୍ଦ କରିବାକୁ ଆହ୍ୱାନ

କରୋନାରୁ ସୁସ୍ଥ ହେବାପରେ କ’ଣ କରିବେ?

୪୩.୫% କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା

ଆଜି ଅବପାତର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

You might also like