ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ମାମଲାରେ ଆସନ୍ତା ଅକ୍ଟୋବର ୧ ତାରିଖରେ ପୁଣି ମହିଳା କମିଶନରେ ହାଜର ପାଇଁ ଓଟିଭି ଏମ୍‌ଡିଙ୍କୁ ସମନ୍ ହୋଇଛି । ହେଲେ ଅଭିଯୁକ୍ତ ପୁଲିସକୁ ଜେରାର ଆବଶ୍ୟକତାକୁ ନେଇ ଉଠିଥିବା ପ୍ରଶ୍ନକୁ କିନ୍ତୁ କମିଶନ୍ ଅଧ୍ୟକ୍ଷା ଏଡ଼ାଇଯାଇଛନ୍ତି। ଏପଟେ କିନ୍ତୁ ଅଭିଯୋଗର ୨୨ ଦିନ ପରେ ବି ନିଜ ବିଭାଗର ଅଭିଯୁକ୍ତ ପୋଲିସକୁ  ଜେରା ତ ଦୂରର କଥା ଏଯାଏଁ ଚିହ୍ନଟ ବି କରିପାରୁନି କମିଶନରେଟ୍ ପୁଲିସ । ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ଯାହାକୁ ନେଇ ବଡ଼ ପ୍ରଶ୍ନବାଚୀ ଠିଆ ହୋଇଛି। ଅନ୍ୟପଟେ ଅଭିଯୁକ୍ତ ୩ ପୁଲିସ କର୍ମଚାରୀ ଆଜି ବି ଧରା ହୋଇ ନାହାନ୍ତି, ଚିହ୍ନଟ ହୋଇନାହାନ୍ତି । ଏଠି ପ୍ରଶ୍ନ ଘଟଣାର ୨୨ ଦିନ ପରେ ବି ନିଜ ବିଭାଗର କର୍ମଚାରୀଙ୍କୁ କିଭଳି ଠାବ କରିପାରୁନି କମିଶନ୍ ପୁଲିସ ? ସେଭଳି କେହି ଅଛନ୍ତି ନା ଜାଣିଶୁଣି ଚିହ୍ନିବାକୁ ଚାହୁଁନି ପୁଲିସ?

ଏପରିକି କିଛି ଗଣମାଧ୍ୟମରେ ନାବାଳିକାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗଣଦୁଷ୍କର୍ମର କରିଥିବାର ପ୍ରକାଶ ପାଇଥିଲା।  ଅଭିଯୁକ୍ତ ଭିତରୁ ଜଣେ ପୋଲିସ୍ ବର୍ଦ୍ଦିରେ ଥିବା ଅଭିଯୋଗ ବି ହୋଇଥିଲା ହେଲେ ସେମାନେ କିଏ ? ବାସ୍ତବରେ ସେମାନେ ଅଛନ୍ତି ତ ? ଯଦି ହଁ ତେବେ ସେମାନଙ୍କୁ ଚିହ୍ନଟ ନକରି, ଜେରାପାଇଁ ନଡାକି କେବଳ ବାରମ୍ବାର ଓଟିଭିର ବରିଷ୍ଠ ସାମ୍ବାଦିକ ଓ କର୍ମଚାରୀଙ୍କ ପଛରେ କାହିଁକି ପଡ଼ିଛି ପୁଲିସ। ଏମିତିକି ଗତକାଲି ମଧ୍ୟ ଦ୍ୱିତୀୟ ଥର ପାଇଁ ଡାକି ଓଟିଭିର ଏଚ୍ଆରର୍ ହେଡ୍‌ଙ୍କୁ ୧୦ ଘଣ୍ଟାରୁ ଅଧିକ ସମୟ ଜେରା ପଛର କାରଣ କଣ?

ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତ ପୋଲିସ୍ ? ନା ୟା ପଛରେ କେବଳ ଓଟିଭି ଏବଂ ଏହାର କର୍ମଚାରୀଙ୍କୁ ହଇରାଣ କରିବା ହିଁ ଏକମାତ୍ର ଉଦ୍ଦେଶ୍ୟ? କାହିଁକିନା ଓଟିଭିରେ ପ୍ରସାରିତ ଯେଉଁ ଅଡିଓ ରେକର୍ଡିଂକୁ ନେଇ ବାରମ୍ବାର ଓଟିଭି କର୍ମଚାରୀଙ୍କୁ ପଚାରାଉଚରା କରାଯାଉଛି, ସରକାରୀ ପ୍ରୋତ୍ସାହିତ ଚ୍ୟାନେଲ୍ ଗୁଡ଼ିକ ସେସବୁକୁ ବହୁ ଆଗରୁ ପ୍ରସାରିତ କରିଥିଲେ। ସେମାନଙ୍କୁ ଜେରା କରିବା ଦିଗରେ ପୁଲିସ ଆଗ୍ରହ ଦେଖାଉନି କାହିଁକି ? ତଦନ୍ତ ସହ ଜଡ଼ିତ ଅଧିକାରୀ ଓ ଓଟିଭି କର୍ମଚାରୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାରୁ ଜଣାପଡୁଛି ଯେ କିଛି ପ୍ରଭାବଶାଳୀ ବ୍ୟକ୍ତି ମାମଲାକୁ ନେଇ ଚାପ ପକାଉଛନ୍ତି।  ୟା ଦ୍ୱାରା ବାସ୍ତବିକ ପୀଡ଼ିତାଙ୍କୁ ନ୍ୟାୟ ମିଳିବ ତ ?…

ଏପଟେ ମାମଲାରେ ଆଜି ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମ୍‌ଡିଙ୍କୁ ସମନ ହୋଇଛି ।। ଆସନ୍ତା ଅକ୍ଟୋବର ୧ ତାରିଖ, ଦିନ ୧୧ଟାରେ ଶୁଣାଣି ପାଇଁ ହାଜର ହେବାକୁ ସାନି ସମନ କରାଯାଇଥିବା ସୂଚନା ଦେଇଛନ୍ତି। ମହିଳା କମିଶନ୍ ଅଧ୍ୟକ୍ଷା ମୀନତି ବେହେରା ଗତକାଲି ମଧ୍ୟ ସେହି ଦିନ ୧୧ଟାରେ ହାଜର ପାଇଁ ସମନ ଥିଲା। ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା ହାଜର ବି ହୋଇଥିଲେ ।

ହେଲେ ଅଧଘଣ୍ଟା ଧରି ଅପେକ୍ଷା ପରେ ମଧ୍ୟ ଶୁଣାଣି ସଂପର୍କରେ କମିଶନଙ୍କ ଅଫିସକୁ କୌଣସି ସୂଚନା ନ ଆସିବାରୁ ଶେଷରେ ସମସ୍ତ ଡକ୍ୟୁମେଣ୍ଟ ଦେଇ ଫେରିଥିଲେ ଜଗି। ହେଲେ ଏଥର କିନ୍ତୁ ଡିସିପିଙ୍କ ଜରିଆରେ ହାଜର ପାଇଁ ଓଟିଭି ଏମ୍‌ଡିଙ୍କୁ ସମନ୍ ହୋଇଛି । କିନ୍ତୁ ମାମଲାରେ ଯେଉଁ ପୁଲିସ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆସିଛି ସେମାନଙ୍କୁ ଡିସିପିଙ୍କ ମାଧ୍ୟମରେ ସମନ୍ କରାଯିବାର ଆବଶ୍ୟକତା ରହିଛି କି ନାହିଁ ବୋଲି  ପ୍ରଶ୍ନ ହେବାରୁ ସାମ୍ବାଦିକଙ୍କ ପ୍ରଶ୍ନକୁ କିନ୍ତୁ ଏଡ଼ାଇ ଯାଇଛନ୍ତି କମିଶନ୍ ଅଧ୍ୟକ୍ଷା।

ଅପରପକ୍ଷେ ଏହି ମାମଲାରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଭୁବନେଶ୍ୱର ଡିସିପି ୩ ସପ୍ତାହ ସମୟ ମାଗିଥିବା ସୂଚନା ଦେଇଛନ୍ତି ମହିଳା କମିଶନ୍ ଅଧ୍ୟକ୍ଷା। ହେଲେ ଏଫ୍ଆଇଆର୍ ଦାଖଲ ହେବା ପରଠୁ ଚାଲିଆସିଥିବା ପୂରା ପ୍ରକରଣରୁ ପୀଡ଼ିତାଙ୍କୁ ନ୍ୟାୟ ଦେବା ଅପେକ୍ଷା, ଉଦ୍ଦେଶ୍ୟମୂଳକ ଭାବେ ମାମଲାର ତଦନ୍ତ କେବଳ ଓଟିଭି ମୁହାଁ ହୋଇଥିବା ଦେଖିବାକୁ ମିଳିଛି ।

 

ଆହୁରି ପଢ଼ନ୍ତୁ

ଏଠି ଏକ ସମ୍ବେଦନହୀନ ସରକାର ଚାଲିଛି- ଧର୍ମେନ୍ଦ୍ର

୪ ଦିନ ପରେ ଓଡ଼ିଶାରୁ ବିଦାୟ ନେବ ମୌସୁମୀ !

ରାଜଧାନୀରେ ଠାବ ହେଲା ନକଲି ୱାଟର ବଟ୍‌ଲିଂ କାରଖାନା

କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ: ୩୦ ମାର୍କରୁ ମିଳିଲା ୪୨

ଜାହାଜରୁ ଖସି ପଡ଼ିଲେ ୩ ନାବିକ

ଆଜି ପବିତ୍ର ମହା ସପ୍ତମୀ; ଖାଁ ଖାଁ ଲାଗୁଛି ପୂଜା ମଣ୍ଡପ

You might also like