ଏକାମ୍ର କ୍ଷେତ୍ର ହେବ ଭିକ୍ଷୁକମୁକ୍ତ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ହେବ ଭିକ୍ଷୁକମୁକ୍ତ। ଏକାମ୍ର କ୍ଷେତ୍ର ସୌନ୍ଦର୍ଯ୍ୟକରଣର ଅଂଶ ବିଶେଷ ଭାବେ କରାଯିବ ଭିକ୍ଷୁକମୁକ୍ତ।  ରାଜ୍ୟ ସରକାରଙ୍କ ସହାୟ ଯୋଜନାରେ ନିରାଶ୍ରୟଙ୍କୁ ଥଇଥାନ ଲାଗି ନିଷ୍ପତ୍ତି ହୋଇଛି। ଲିଙ୍ଗରାଜ ମନ୍ଦିର ନିକଟର ନିରାଶ୍ରୟଙ୍କୁ ଥଇଥାନ କରିବାକୁ ଯୋଜନା ଆରମ୍ଭ କରିଛି BMC ଓ BDA। ଯୋଜନା ମୁତାବକ ପୁରୁଣା ଭୁବନେଶ୍ୱର ଅଞ୍ଚଳର ଭିକ୍ଷୁକଙ୍କୁ ଚିହ୍ନଟ ଲାଗି BMCର ସର୍ଭେ ଆରମ୍ଭ ହୋଇଛି। ଭିକ୍ଷୁକ ଓ ଅସହାୟଙ୍କକୁ ଜୀବିକା ସହାୟତା ଯୋଗାଇ ଦିଆଯିବ। ଭିକ୍ଷୁକ ଓ ନିରାଶ୍ରୟଙ୍କୁ ଘରକୁ ଫେରିବା ଲାଗି ସହାୟତା ଯୋଗାଇ ଦିଆଯିବ। ଘରକୁ ନଫେରିଲେ ବିଭିନ୍ନ ଆଶ୍ରୟ ଗୃହରେ ଥଇଥାନ ଲାଗି ବ୍ୟବସ୍ଥା କରାଯିବ।

ଏକାମ୍ର କ୍ଷେତ୍ର ସୌନ୍ଦର୍ଯ୍ୟକରଣ ଲାଗି ଡିସେମ୍ବର ସୁଦ୍ଧା ଜମି ଅଧିଗ୍ରହଣ ସରିବ। ବର୍ତ୍ତମାନ ସୁଦ୍ଧା ୯୦% ଜମି ଅଧିଗ୍ରହଣ କାର୍ଯ୍ୟ ସରିଥିବା ସୂଚନା ଦିଆଯାଇଛି।

You might also like