କାଲି ଗଡ଼ିବନି ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ୱତନ୍ତ୍ର ଟ୍ରେନ୍‌

କୋଣାର୍କ: ସଂଯୋଗକାରୀ ଟ୍ରେନ ନ ଆସିବା ଯୋଗୁ ଆସନ୍ତାକାଲି ଭୁବନେଶ୍ୱରରୁ ଛାଡିବାକୁ ଥିବା ୦୧୦୨୦ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ୱତନ୍ତ୍ର ଟ୍ରେନ୍‌କୁ‌ ବାତିଲ୍‌ କରାଯାଇଛି।

ସେହିପରି ମୁମ୍ବାଇର ରେଲ୍‌ୱେ ଟ୍ରାକ୍‌ରେ ପାଣି ଜମିରହିଥିବା ଯୋଗୁ ଗତକାଲି ମୁମ୍ବାଇରୁ ଛାଡିବାକୁ ଥିବା ୦୧୦୧୯ ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ସ୍ୱତନ୍ତ୍ର ଟ୍ରେନ୍‌କୁ ବାତିଲ୍‌ କରାଯାଇଛିI

ଲଗାଣ ବର୍ଷା ଯୋଗୁ ମୁମ୍ବାଇର ଅନେକ ଅଞ୍ଚଳରେ ଅଣ୍ଟେ ଉଚ୍ଚର ପାଣି ଜମି ରହିଛି। ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥାରେ ଲୋକେ ଫସି ରହିଥିବା ଦେଖିବାକୁ ମିଳିଛି।

You might also like