ଭୁବନେଶ୍ୱରରେ ଆକ୍ଟିଭ କେସ୍ ୫ ହଜାର ଟପିବ !

ଭୁବନେଶ୍ୱର: ଏବେ ପିକ୍‌ରେ ଅଛି ଭୁବନେଶ୍ୱର। ଆଉ ମାସେ ଗୁରୁତ୍ୱପୂର୍ଣ୍ଣ, ସଂକ୍ରମଣ ବଢୁଛି। ତେବେ ସମସ୍ତେ ସତର୍କ ରହିବା ନେଇ କହିଛନ୍ତି ବିଏମ୍‌ସି କମିଶନର।

ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ବିଏମ୍‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ପ୍ରେସମିଟ୍ କହିଛନ୍ତି ଯେ ଗଲା ମାସରେ ଭୁବନେଶ୍ୱରରେ ସେରୋଲୋଜିକାଲ ସର୍ଭେ କରାଯାଇଥିଲା। ସର୍ଭେ ଅନୁସାରେ ବହୁତ ଅଳ୍ପ ଲୋକଙ୍କ ଦେହରେ ଆଣ୍ଟିବଡ଼ି ରହିଛି। ସ୍ୱଳ୍ପ ଆଣ୍ଟିବଡି ଆଧାରରେ ଆମର ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି। ଅନ୍ୟ ସହର ତୁଳନାରେ ଭୁବନେଶ୍ୱର କମ୍ ପ୍ରଭାବିତ ରହିଛି ବୋଲି କମିଶନର କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଏବେ ଭୁବନେଶ୍ୱର ଏକ ପ୍ରକାର ପିକ୍‌ରେ ଅଛି। ଆମକୁ ଅତି କମରେ ଆଉ ମାସଟିଏ ନିଜକୁ ସୁରକ୍ଷିତ ରଖିବାକୁ ପଡ଼ିବ। ବର୍ତ୍ତମାନ ବହୁତ ଗୁରୁତ୍ୱପୂର୍ଣ୍ଣ ସମୟ, ସମସ୍ତଙ୍କୁ ନିୟମ ମାନିବାକୁ କମିଶନର ଅନୁରୋଧ କରିଛନ୍ତି।

ସେହିପରି ଭୁବନେଶ୍ୱର ମହାନଗର ଅଞ୍ଚଳରେ ୪୦% କୋଭିଡ଼ ବେଡ୍ ଫାଙ୍କା ରହିଛି। ଚିକିତ୍ସା ସୁବିଧା ଦେଖିଲେ ଆମେ ଭଲ ସ୍ଥିତିରେ ରହିଛୁ କମିଶନର କହିଛନ୍ତି। ଏବେ ଭୁବନେଶ୍ୱରରେ ୨୬୧୮ ଆକ୍ଟିଭ କେସ୍ ରହିଛି। ଅଗଷ୍ଟ ୩୧ ସୁଦ୍ଧା ସାଢେ ୩ ହଜାର, ସେପ୍ଟେମ୍ବର ୧୫କୁ ୫ ହଜାର ଥିବ। ଏବେ ଗୁରୁତ୍ୱପୂର୍ଣ୍ଣ ସମୟ, ସଂକ୍ରମଣ ବଢୁଛି, ସମସ୍ତେ ସତର୍କ ରହନ୍ତୁ ବୋଲି କମିଶନର ନିବେଦନ କରିଛନ୍ତି।

You might also like