ମାଆର ସ୍ୱପ୍ନ ପୂରଣ କଲେ ସିପି: ଟ୍ୱିଟର୍‌ରେ ଶେୟାର କଲେ ଫଟୋ

ଭୁବନେଶ୍ୱର: ପୁଅର ସଫଳତାରେ ମାଆର ଛାତି ଗର୍ବରେ ଫୁଲି ଉଠେ। ସବୁ ମାଆରେ ଗୋଟିଏ ସ୍ୱପ୍ନ ଥାଏ ପୁଅର ସଫଳତାକୁ ନିଜ ଆଖି ଆଗରେ ଟିକେ ଦେଖି ଆତ୍ମତୃତ୍ପି ଲଭିବାକୁ। ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀଙ୍କ ମାଆଙ୍କର ମଧ୍ୟ ଠିକ୍‌ ସେମିତି ଗୋଟି ସ୍ୱପ୍ନ ଥିଲା। ଆଉ ଆଜି ତାଙ୍କର ଏହି ସ୍ୱପ୍ନ ପୂରା ହୋଇଛି।

ସୁଧାଂଶୁଙ୍କ ମାଆ ମା’ଙ୍କର ସ୍ୱପ୍ନ ଥିଲା ପୁଅ ଚାକିରୀ କରୁଥିବା ଅଫିସ୍‌ ଆଡ଼େ ଟିକେ ବୁଲିଆସିବେ। ଆଉ ଆଜି ତାଙ୍କର ସେ ସ୍ୱପ୍ନ ପୂରା ହୋଇଛି। ସିପି ଅଫିସ୍‌ ଆସିବା ବେଳେ ତାଙ୍କ ମା’ ତାଙ୍କୁ ଛାଡ଼ିବାକୁ ଆସିଥିବା ବେଳେ ପୁଅଙ୍କ କାର୍ଯ୍ୟାଳୟ ମଧ୍ୟ ବୁଲି ଦେଖିଥିଲେ।। ଯାହାର ଫଟୋକୁ ସେ ତାଙ୍କ ଟ୍ୱିଟର ଆକାଣ୍ଟରେ ଶେଆର କରିଛନ୍ତି। ସେଥିରେ ସେ ଗୋଟିଏ ଲାଇନ୍‌ ଲେଖିଛନ୍ତି ଯେ, ତାଙ୍କ ଅଫିସ୍‌ କାର୍ଯ୍ୟାଳୟ ବୁଲିବା ପାଇଁ ତାଙ୍କ ମା’ଙ୍କର ଦୀର୍ଘ ଦିନ ହେଲା ଆଶା ଥିଲା। ଆଜି ସେଇ ଆଶା ପୂରଣ ହୋଇଛି। ମା’ ଓ ପୁଅଙ୍କର ଏକ ଅପୂର୍ବ ମୂହୁର୍ତ୍ତ ବେଳର ଫଟୋକୁ ନେଇ ଅନେକ ରି-ଟ୍ୱିଟ୍‌ କରିଛନ୍ତି। ଏହି ଫଟୋକୁ ନେଇ ୬୦୦୦ରୁ ଊର୍ଦ୍ଧ୍ୱ ଲାଇକ୍‌ ମିଳିଥିବା ବେଳେ ୪୦୮ଟି ରି-ଟ୍ୱିଟ୍‌ ହୋଇଛି।


ଦୁନିଆର ପ୍ରତ୍ୟକ ମଣିଷ ପାଇଁ ମ” ହେଉଛି ସବୁଠାରୁ ସୁନ୍ଦର ଆଉ ମଧୁମୟ । ହେଲେ ଆଜିର ବସ୍ତୁବାଦୀ ଦୁନିଆରେ କେତେକ ପୁଅ ଝିଅ ପରିଣତ ବୟସରେ ବାପା ମା’ଙ୍କୁ ଅଲୋଡ଼ା ଭାବି ହତାଦର କରିବା ସହ ଓ ବୃଦ୍ଧାଶ୍ରମରେ ଛାଡ଼ି ଦେଇ ଆସୁଥିବା ବେଳେ ପୁଲିସ କମିଶନରଙ୍କ ଏହି ଫଟୋ ହିଁ ସେଇମାନଙ୍କୁ ଅନେକ ବାର୍ତ୍ତା ଦେଉଛି।

You might also like