• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭଂଜନଗର: ବାଲେଶ୍ୱରର ଯୁବତୀକୁ ଭୁବନେଶ୍ୱରରେ ହତ୍ୟା। ଭୁବନେଶ୍ୱରରେ ହତ୍ୟା କରି ଗଂଜାମ ଜିଲ୍ଲାରେ ଫିଙ୍ଗିଲେ ଦଂପତି।
ହତ୍ୟା ଅଭିଯୋଗରେ ଦଂପତିଙ୍କୁ ଗିରଫ କରାଯାଇଛି। ବ୍ୟବହୃତ କାର୍ ଜବତ କରାଯାଇଛି। ଡିସେମ୍ବର ୨ରେ ଜଗନ୍ନାଥପ୍ରସାଦ ଭୂଷଣ୍ଡପାଳରୁ ମୃତଦେହ ମିଳଥିଲା। ରାସ୍ତାକଡ଼ରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିଲା। ତନାଘନା କାଳରେ ମୃତ ଯୁବତୀଙ୍କ ଘର ବାଲେଶ୍ୱର ଜଣାପଡ଼ିଥିଲା। ଭୁବନେଶ୍ୱରରେ ଜଣଙ୍କ ଘରେ ଘରୋଇ ସହାୟିକା କାମ କରୁଥିଲେ। କାମରେ ଖିଲାପ କରିବାରୁ ଯୁବତୀଙ୍କୁ ନିସ୍ତୁକ ପିଟିଥିଲେ ଦଂପତି। ପ୍ରବଳ ମାଡ଼ରେ ଯୁବତୀଙ୍କ ମୃତ୍ୟୁ ଘଟିବାରୁ ଶବ ଅନ୍ୟତ୍ର ଫିଙ୍ଗିଥିଲେ। ଏକ ଓଲା କାର୍ ଭଡ଼ା କରି ଜଗନ୍ନାଥପ୍ରସାଦରେ ଫିଙ୍ଗି ଦେଇଥିଲେ। ଏହି ଘଟଣାରେ ଦମ୍ପତିଙ୍କୁ ଗିରଫ କରାଯାଇଛି। ଏ ନେଇ ତଦନ୍ତ ଚାଲୁ ରହିଥିବା ଗଂଜାମ ଏସ୍‌ପି ସୂଚନା ଦେଇଛନ୍ତି।

ଜଗନ୍ନାଥପ୍ରସାଦ ପୋଲିସ୍ ଷ୍ଟେସନ୍‌ରେ ୨୮୪/୨୦୨୦ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିଲା। ସେଠାରେ ଗୋଟିଏ ଯୁବତୀର ମୃତଦେହ ପଡ଼ିଥିଲା। ଏନେଇ ପୋଲିସର ୫ଟି ଟିମ୍ ଗଠନ କରାଯାଇ ତଦନ୍ତ ଚାଲୁ ରହିଥିଲା। ଅନେକ ପୋଲିସ୍ ଷ୍ଟେସନରେ ଆମେ ଯୋଗାଯୋଗ କରିଥିଲେ ବି ଏ ନେଇ କୌଣସି ସୂଚନା ମିଳିନଥିଲା। ମୃତ ଯୁବତୀଙ୍କ ନିକଟରୁ ମିଳିଥିବା କିଛି ତଥ୍ୟକୁ ଭିତ୍ତି କରି ଆମେ କିଛି ପ୍ରମାଣ ପାଇଥିଲୁ। ତାଙ୍କର ଭୁବନେଶ୍ୱରରେ ଲିଙ୍କ୍ ଥିବା ଆମେ ସନ୍ଧାନରୁ ପାଇଥିଲୁ। ସେ ଜଣଙ୍କ ଘରେ କାମ କରୁଥିଲେ। ସେଠାରେ ସେ ନିର୍ଯାତନାର ଶିକାର ହୋଇଥିଲା। ମାରପିଟ୍‌ କରିବା ସମୟରେ ତାର ମୃତ୍ୟୁ ହୋଇଥିଲା। ଧରାପଡ଼ିବା ଭୟରେ ଦମ୍ପତି ମୃତଦେହକୁ ଅନ୍ୟତ୍ର ଫିଙ୍ଗି ଦେଇଥିଲେ।  
 ଏସ୍‌ପି, ଗଂଜାମ
Bhubaneswar-couple-arrested-for-woman-domestic-worker-to-death-and-dumping-her-body-in-ganjam
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories