ସହିଦ ଯବାନଙ୍କୁ ଭୁବନେଶ୍ୱର ବସ୍‌ ମାଲିକ ସଙ୍ଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ପୁଲ୍‌ଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କୁ ଭୁବନେଶ୍ୱର ବସ୍‌ ମାଲିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରେ ସହିଦଙ୍କ ଉଦ୍ଦେଶ୍ୟରେ ଏକ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା କରାଯାଇଥିଲା। ଏହି ଶୋଭାଯାତ୍ରାରେ ବସ୍‌ ମାଲିକ ସଂଘର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ। ଆତଙ୍କବାଦୀ ଆକ୍ରମଣକୁ ସଂଘ ପକ୍ଷରୁ ନିନ୍ଦା କରାଯିବା ସହ ପାକିସ୍ତାନ ବିରୋଧି ନାରା ମଧ୍ୟ ଦିଆଯାଇଥିଲା।

ଏହାସହ ଓଡ଼ିଶାର ଦୁଇ ସହିଦଙ୍କ ପରିବାରକୁ ସଂଘ ପକ୍ଷରୁ ସହାୟତା ପ୍ରଦାନ କରାଯିବା ନେଇ ସୂଚନା ଦିଆଯାଇଛି।

You might also like