ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ କରି ଫାଇନ୍‌ ଦେଲେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: କରୋନାର ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ କରିଥିବାରୁ ଜୋରିମାନା ଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏକଥା ସେ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି।

ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଘରକୁ ଗତକାଲି ଯାଇଥିବା ବେଳେ ସାମାଜିକ ନିୟମ ଭଙ୍ଗ ହୋଇଥିବାରୁ ନିଜ ତରଫରୁ ସେ ଜୋରିମାନା ଦେଇଥିବା କହିଛନ୍ତି ଅପରାଜିତା।

ଜଗନ୍ନାଥ ପ୍ରଧାନଙ୍କ ଘରେ ସାଂସଦ ଉପସ୍ଥିତ ଥିବା ସମୟରେ ସାମାଜିକ ନିୟମ ଉଲ୍ଲଂଘନ ହୋଇଥିବା ଦର୍ଶାଇ ଭୁବନେଶ୍ୱର ବମିଖାଲ ଅଞ୍ଚଳର କିଛି ଲୋକ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ନିଜ କର୍ତ୍ତବ୍ୟକୁ ହୃଦୟଙ୍ଗମ କରି ନିଜ ଆଡୁ ଜୋରିମାନା ଦେଇଥିବା ଟ୍ୱିଟ୍ କରି ଜଣାଇଛନ୍ତି ଅପରାଜିତା ଷଡ଼ଙ୍ଗୀ। ତା ସହିତ ଲୋକଙ୍କ ସଚେତନତାକୁ ଭଲ ସଂକେତ ବୋଲି କହିଛନ୍ତି ଅପରାଜିତା।

You might also like