• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: କଣ୍ଟେନମେଣ୍ଟ ମୁକ୍ତ ହେଲା ରାଜଧାନୀ ଭୁବନେଶ୍ୱର। ବମିଖାଲ, ସତ୍ୟନଗର, ସୂର୍ଯ୍ୟନଗରରୁ କଣ୍ଟେନମେଣ୍ଟ ଜୋନ୍ ପ୍ରତ୍ୟାହାର କରାଯାଇଥିବା ନେଇ ବିଏମ୍ସି ପକ୍ଷରୁ ଘୋଷଣା କରାଯାଇଛି।

କଣ୍ଟେନମେଣ୍ଟ ଜୋନ୍ ଉଠିଥିଲେ ବି ପ୍ରତିଷେଧମୂଳକ ବ୍ୟବସ୍ଥା ପାଇଁ ଆସନ୍ତା ୭ ଦିନ ଯାଏଁ ଏସବୁ ଅଞ୍ଚଳରେ ଆକ୍ଟିଭ୍‌ ସର୍ଭେଲାନ୍ସ ଜାରି ରହିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି।

ଏସବୁ ଅଞ୍ଚଳରେ କରୋନା ପଜିଟିଭ୍ ଆସିବା ପରେ ସଂପୃକ୍ତ ଅଞ୍ଚଳକୁ ସିଲ୍ କରାଯାଇ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। ଏପ୍ରିଲ ୨ରେ ପ୍ରଥମେ ସୂର୍ଯ୍ୟନଗର ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା। ପରେ ଗତ ୧୪ ତାରିଖରେ କଣ୍ଟେନମେଣ୍ଟ ଅଞ୍ଚଳର ସୀମା ପୁନଃ ନିର୍ଦ୍ଧାରଣ କରାଯାଇଥିଲା।


ସେହିପରି ବମିଖାଲରେ ଏପ୍ରିଲ ୩ ଏବଂ ସତ୍ୟନଗରରେ ଏପ୍ରିଲ ୭ ତାରିଖରେ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଥିଲା ବିଏମସି। ଫଳରେ ଏହି ଅଞ୍ଚଳରେ ପ୍ରବେଶ ଓ ପ୍ରସ୍ଥାନ ସଂପୂର୍ଣ୍ଣ ବନ୍ଦ ରହିଥିଲା। ତେବେ ଗତ ୭ ଦିନ ହେବ ଭୁବନେଶ୍ୱରରେ କୌଣସି ପଜିଟିଭ ଚିହ୍ନଟ ହୋଇନାହାନ୍ତି।

ମୋଟ ୪୬ କରୋନା ପଜିଟିଭ ମଧ୍ୟରୁ ବର୍ତ୍ତମାନ ଭୁବନେଶ୍ୱରରେ ୨୪ଟି ଆକ୍ଟିଭ୍ ମାମଲା ରହିଛି। ୨୧ଜଣ ସୁସ୍ଥ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଏହା ପୂର୍ବରୁ ଭୁବନେଶ୍ୱରରେ ଯଦୁପୁର ଓ ସୁନ୍ଦରପଦାରୁ କଣ୍ଟେନମେଣ୍ଟ ହଟିଥିଲା।

Bhubaneswar-becomes-covid19-containment-zone-free
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories