ଭୁବନେଶ୍ୱର: ଟ୍ୱିନ ସିଟିରେ ଦାୟିତ୍ୱ ଗ୍ରହଣ କରିଛନ୍ତି ୨ ନୂଆ ଡିସିପି । ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ଉମାଶଙ୍କର ଦାଶ । ସେ ବିଦାୟୀ ଡିସିପି ଅନୁୁପ ସାହୁଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିପରି କଟକ ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ପ୍ରତୀକ ସିଂହ ।
ସେ ବିଦାୟୀ ଡିସିପି ଅଖିଳେଶ୍ୱର ସିଂହଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହାସହ ଦୁଇ ବିଦାୟୀ ଡିସିପିଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଭୁବନେଶ୍ୱର ସ୍ଥିତ ପୋଲିସ ସେବା ଭବନରେ ଏଥିପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହାକୁ ପରିଚାଳନା କରିଥିଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।