ଭୁବନେଶ୍ୱର ଏୟାରପୋର୍ଟ ହେବ ନନ୍ ଟଚ୍ ବିମାନ ବନ୍ଦର

ଭୁବନେଶ୍ୱର: ବିନା ସ୍ପର୍ଶରେ ବିମାନରେ ବସିବେ ଯାତ୍ରୀ। କରୋନା ସଂକ୍ରମଣ ରୋକିବାକୁ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି। ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ ଲକଡାଉନ୍ ଉଠିବା ପରେ ପୁନଃ ବିମାନ ସେବା ଆରମ୍ଭ ହେବା ବେଳେ ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

ଲକଡାଉନ୍ ଉଠିବା ପରେ ସରକାରଙ୍କ ନିର୍ଦ୍ଦେଶ ପରେ ସ୍ୱାଭାବିକ ହୋଇପାରେ ବିମାନ ଯାତ୍ରା। ହେଲେ ଏବେଠୁ ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀ ଓ ବିମାନ ବନ୍ଦର କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିମାନ ବନ୍ଦରକୁ ନନ୍-ଟଚ୍ କରିବା ପାଇଁ ଚିନ୍ତା କରି ସମସ୍ତ ଦିଗ ପ୍ରତି ଧ୍ୟାନ ଦିଆଯାଉଛି।

ଟର୍ମିନାଲ ପରିସରରେ ପ୍ରବେଶଠୁ ଆରମ୍ଭ କରି ଟିକେଟ, ଚେକ୍-ଇନ୍ କାଉଣ୍ଟର ସବୁଠି ବିନା ସ୍ପର୍ଶରେ ବା ନନ୍-ଟଚ୍ କାର୍ଯ୍ୟ କରିବା ପାଇଁ ଯୋଜନା କରୁଛନ୍ତି ଭୁବନେଶ୍ୱରର ବିମାନ ବନ୍ଦର କର୍ତ୍ତୃପକ୍ଷ।

ପ୍ରବେଶ ପଥରେ ପୂର୍ବରୁ ଟିକେଟ ତଥା ପରିଚୟ ପତ୍ର ଦେଖାଇବା ବେଳେ ସୁରକ୍ଷା କର୍ମୀ ଏହାକୁ ହାତରେ ଧରି ଯାଞ୍ଚ କରୁଥିଲେ। ଏବେ ଏକ ନୂତନ ଯନ୍ତ୍ର ମାଧ୍ୟମରେ ଟେବୁଲ ଉପରେ ପରିଚୟ ପତ୍ର ଓ ଟିକେଟ୍ ପ୍ରଭୃତି ରଖିବା ପରେ ଏହାକୁ ଯାଞ୍ଚ କରିବେ ସୁରକ୍ଷା କର୍ମୀ।

ସେପଟେ ଲକଡାଉନ ଅବଧି ମଧ୍ୟରେ ଭୁବନେଶ୍ୱର ବିମାନ ବନ୍ଦରର ଆଧୁନିକୀକରଣ କାର୍ଯ୍ୟ ଜାରି ରହିଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ଭି ଭି ରାଓ।

ସେପଟେ ବିମାନ ବନ୍ଦରର ଆଧୁନିକୀକରଣ କାମ ବି ଆରମ୍ଭ ହୋଇଛି। ବିମାନ ବନ୍ଦର ପରିସରରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ବା ଏଟିସି ଟାଓ୍ୱାର, ପାରାଲାଲ୍ ଟାକ୍ସି ବେର କାମ ମଧ୍ୟ ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ

You might also like