• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ଆଉ ପାଦେ ଆଗେଇବ ଭୁବନେଶ୍ୱର ବିମାନବନ୍ଦରର କାର୍ଗୋ ବ୍ୟବସ୍ଥା। ଏବେ ଘରୁ ବସି ଅନ୍‌ଲାଇନ୍‌ରେ ଜଣେ ବ୍ୟକ୍ତି ତାଙ୍କ ସାମଗ୍ରୀ ବାହାରକୁ ବିମାନ ଯୋଗେ ପଠେଇ ପାରିବ। ଖାସ୍ ଏଥିପାଇଁ ଭୁବନେଶ୍ୱର ବିମାନବନ୍ଦର ପରିସରରେ ଆରମ୍ଭ ହେବାକୁ ଯାଉଛି ଇଲେକ୍ଟ୍ରୋନିକ୍ ଡାଟା ଇଣ୍ଟରଚେଞ୍ଜ ବା ଇଡିଆଇ ବ୍ୟବସ୍ଥା।

ଇଡିଆଇ ମାଧ୍ୟମରେ ସାମଗ୍ରୀ ପଠାଇବା ସୁବିଧାଜନକ ହେବ ଓ ଏଥିରେ ବ୍ୟବସାୟୀମାନେ ବେଶ୍ ଉପକୃତ ହେବେ ବୋଲି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଏହି ଇଡିଆଇ ପାଇଁ କଷ୍ଟମ୍ ବିଭାଗର ଅନୁମତିକୁ ବିମାନବନ୍ଦର କର୍ତ୍ତୃପକ୍ଷ ଅପେକ୍ଷା କରିଛନ୍ତି।

ବର୍ତ୍ତମାନ ସମୟରେ ଭୁବନେଶ୍ୱର ବିମାନବନ୍ଦର ପରିସରରେ ଅନ୍ତର୍ଜାତୀୟ କାର୍ଗୋ ଟର୍ମିନାଲ୍ କାର୍ଯ୍ୟକ୍ଷମ ଅଛି। ଆହୁରି ମଧ୍ୟ ପ୍ରତ୍ୟେକ ବର୍ଷ ଏଠାରୁ କାର୍ଗୋ ମାଧ୍ୟମରେ ସାମଗ୍ରୀ ପରିବହନ ମଧ୍ୟ ବୃଦ୍ଧି ପାଉଛି।

ଆଗାମୀ ଦିନରେ ଭୁବନେଶ୍ୱରକୁ ଏକ କାର୍ଗୋ ହବ୍‌ରେ ପରିଣତ କରିବା ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି, ଏହି ଲକ୍ଷ୍ୟ ପୂରଣ ପାଇଁ ଏହା ଏକ ପଦକ୍ଷେପ ବୋଲି ମଧ୍ୟ ବିବେଚନା କରାଯାଉଛି।

 

Bhubaneswar-airport-to-introduce-edi-for-air-cargo
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories