କ୍ୱାରେଣ୍ଟିନରେ ଗଲେ ଭୁବନେଶ୍ୱର ଏମ୍ସ ଡାକ୍ତର ଓ ଆଟେଣ୍ଡାଣ୍ଟ

ଭୁବନେଶ୍ୱର: କ୍ୱାରେଣ୍ଟିନରେ ଗଲେ ଡାକ୍ତର ଓ ଆଟେଣ୍ଡାଣ୍ଟ। ଭୁବନେଶ୍ୱର ଏମ୍ସର ୪ ଜଣ ଡାକ୍ତରଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ପଠାଯାଇଛି। ଡାକ୍ତରଙ୍କ ସହ ଦୁଇ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ ବାଧ୍ୟତାମୂଳକ କ୍ୱାରେଣ୍ଟିନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ମହାରାଷ୍ଟ୍ରର ଜଣେ ଦୁର୍ଘଟଣାଗ୍ରସ୍ତ ଡ୍ରାଇଭରଙ୍କ ଚିକିତ୍ସା କରିଥିଲେ ଏହି ୪ ଡାକ୍ତର ଓ ଆଟେଣ୍ଡାଣ୍ଟ। ପରବର୍ତ୍ତୀ ସମୟରେ ଡ୍ରାଇଭରଙ୍କର ସ୍ୱାବ୍ ଟେଷ୍ଟରୁ ରିପୋର୍ଟ ପଜିଟିଭ ବାହାରିଥିଲା।

ଆଜି ସକାଳେ ୧୪ ଜଣ ଅପରାହ୍ଣରେ ୩ ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୯୪କୁ ବୃଦ୍ଧି ପାଇଛି। ୩ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୮୫ରେ ପହଞ୍ଚିଛି।

You might also like