ଭୁବନେଶ୍ୱର : ବିଶ୍ୱ ସ୍ମାର୍ଟ ସିଟି ତାଲିକାରେ ଭୁବନେଶ୍ୱରକୁ ମିଳିଛି ୩୪ ନମ୍ବର ରାଙ୍କ୍। ସିଙ୍ଗାପୁର ସ୍ଥିତ ଇଡେନ ଷ୍ଟ୍ରାଟେଜୀ ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ ଘୋଷିତ ୫୦ଟି ସ୍ମାର୍ଟସିଟି ତାଲିକାରେ ଭୁବନେଶ୍ୱରକୁ ଏହି ରାଙ୍କ୍ ପ୍ରଦାନ କରାଯାଇଛି ।
ଟପ୍ ୱାନ ତଥା ଶୀର୍ଷରେ ରହିଛି ଲଣ୍ଡନ। ଦ୍ୱିତୀୟ ରାଙ୍କ୍ରେ ରହିଛି ସିଙ୍ଗାପୁର ଏବଂ ସିଓଲ୍କୁ ମିଳିଛି ୩ ନମ୍ବର ରାଙ୍କ୍। ପ୍ରକାଶିତ ତାଲିକାରେ ଭୁବନେଶ୍ୱର ସମେତ ଦିଲ୍ଲୀ, ସୁରଟ, ଅହମ୍ମଦାବାଦ ଏବଂ ପୁନେ ସହରକୁ ମଧ୍ୟ ସ୍ଥାନିତ କରାଯାଇଛି ।
୨୩ ନମ୍ବର ସ୍ଥାନରେ ରାଜଧାନୀ ଦିଲ୍ଲୀ ରହିଥିବାବେଳେ ୨୮ ନମ୍ବର ରାଙ୍କରେ ସୁରଟ, ୩୪ ରାଙ୍କରେ ଭୁବନେଶ୍ୱର ଓ ଅହମ୍ମଦାବାଦ ଏବଂ ୩୬ ରାଙ୍କରେ ପୁନେ ସହର ରହିଛି। ଅର୍ଥାତ ପୁନେକୁ ପଛରେ ପକାଇଛନ୍ତି ଉଭୟ ଭୁବନେଶ୍ୱର ଏବଂ ଅହମ୍ମଦାବାଦ।