• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର:  ଲକ୍‌ଡାଉନ୍‌ ମଧ୍ୟରେ ରାଜ୍ୟ ସରକାର ଆଜି ଏକ ବଡ଼ ଘୋଷଣା କରିଛନ୍ତି। ଆଗାମୀ ୪୮ ଘଣ୍ଟା ପାଇଁ ଭୁବନେଶ୍ୱରକୁ ପୂରା ଶଟ୍‌ ଡାଉନ୍‌ କରାଯାଇଛି। ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ସେହିପରି ଭଦ୍ରକ ସହରକୁ ମଧ୍ୟ ୪୮ ଘଣ୍ଟା ପାଇଁ ଶଟ୍ ଡାଉନ୍ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ କହିଛନ୍ତି, ରାଜ୍ୟରୁ ୫ଟି କରୋନା ପଜିଟିଭ ମିଳିଥିବାରୁ ୪୮ ଘଣ୍ଟା ଶଟ୍ ଡାଉନ୍ କରାଯାଉଛି। ଏହି ସମୟରେ ପ୍ରଦାନ କରାଯାଇଥିବା ସମସ୍ତ ପୁରୁଣା ପାସ୍ ରଦ୍ଦ କରାଯିବ। ତେବେ ଜରୁରୀ ସେବା ପାଇଁ ସ୍ୱତନ୍ତ୍ର ପାସ ଯୋଗାଇ ଦିଆଯିବ।

ଏ ନେଇ ଡିଜିପି ଅଭୟ ସୂଚନା ଦେଇଛନ୍ତି ଯେ, ଗ୍ରୋସରୀ, ପରିବା,ଫଳ, କ୍ଷୀର ଓ ମାଛ ଦୋକାନ ବନ୍ଦ ରହିବ। ଔଷଧ ଦୋକାନ ଖୋଲିବ, କିନ୍ତୁ ସଂଖ୍ୟା କମାଇ ଦିଆଯିବ।  ସେହିଭଳି ଅତି ଜରୁରୀ ନଥିଲେ ହସ୍ପିଟାଲ ନଯିବାକୁ କହିଛନ୍ତି ଡିଜିପି। ସେ କହିଛନ୍ତି, ଜରୁରୀ ପରିସ୍ଥିତିରେ ହସ୍ପିଟାଲ ଯିବାକୁ ଆମ୍ବୁଲାନ୍ସ ସଂଖ୍ୟା ବଢ଼ାଯିବ। ତେବେ ଜାତୀୟ ରାଜପଥରେ ମାଲ ପରିବହନ ସେବା ଚାଲୁ ରହିବ। ଏହି ଶଟ୍‌ ଡାଉନ୍‌ ଏକ ପ୍ରକାର କର୍ଫ୍ୟୁ ବୋଲି କହିଛନ୍ତି ଡିଜିପି।

ଏହି ସମୟରେ ଯିଏ ବାହାରେ ବୁଲିବ ତାକୁ ପୋଲିସ ଉଠାଇ ନେଇଯିବ ଏବଂ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରଖା ଯିବ ବୋଲି କୁହାଯାଇଛି।

ସୂଚନାଥାଉ କି, ରାଜ୍ୟରେ ୫ ଜଣ କରୋନା ପଜିଟିଭ ବାହାରିଥିବାବେଳ ୪ ଜଣ ଭୁବନେଶ୍ୱରର ଏବଂ ଜଣେ ଭଦ୍ରକ ଜିଲ୍ଲାର। ଭୁବନେଶ୍ୱରର ୫ମ ଆକ୍ରାନ୍ତଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ ଏବଂ ସେ କାହା କାହା ସଂସ୍ପର୍ଶରେ ଆସିଥିଲେ ତାହା ଜଣା ପଡ଼ି ନାହିଁ।  ତେଣୁ କ’ଣ ପାଇଁ ଏପରି ଘଟିଲା, ତା’ର ସଂପୂର୍ଣ୍ଣ ଛାନ୍‌ଭିନ୍ କରିବାକୁ ୪୮ ଘଣ୍ଟା ପାଇଁ ଶଟ୍ ଡାଉନ୍ ଘୋଷଣା କରାଯାଇଛି।   ସେହିପରି ଭଦ୍ରକ ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ପାଖରେ କୌଣସି ଲକ୍ଷଣ ନ ଥିଲା। ହେଲେ ପରେ ପଜିଟିଭ ଆସିଥିଲା। ଏହାକୁ ଲକ୍ଷ୍ୟରେ ରଖି ସରକାର ହଠାତ୍‌ ଏପରି ଶଟ୍‌ ଡାଉନ ଘୋଷଣା କରିଥିବା ଜଣାଯାଇଛି।

Bhubaneswa-will-shut-down-for-48-hours-say-govt-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories