ଆଜିଠୁ ଖୋଲିଲା ଭିତରକନିକା

ପଟ୍ଟାମୁଣ୍ଡାଇ: ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। କେବଳ ରାତ୍ରୀଯାପନ ପାଇଁ ଆସିଥିବା ପର୍ଯ୍ୟଟକଙ୍କୁ ହିଁ ଭିତରକନିକା ବୁଲିବାକୁ ସୁଯୋଗ ଦିଆଯିବ ବୋଲି ନିଷ୍ପତ୍ତି ନେଇଛି ପ୍ରଶାସନ।

ଆଜି ପ୍ରଥମ ଦିନରେ କେବଳ ଡାଙ୍ଗମାଳରେ ୧୬ଟି କଟେଜରେ ପର୍ଯ୍ୟଟକମାନେ ରାତ୍ରୀଯାପନ ପାଇଁ ଅନୁମତି ମିଳିଛି। ପର୍ଯ୍ୟଟକମାନେ ଓଡ଼ିଶା ଇକୋ ଟୁରିଜିମରେ ଅନ୍‌ଲାଇନ୍‌ ବୁକ୍ କରିପାରିବେ। କଟେଜ ଓ ବୋଟ୍‌ ଗୁଡ଼ିକୁ ସାନିଟାଇଜ କରାଯିବା ସହ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି।

କେବଳ ରାତ୍ରୀଯାପନ ପାଇଁ ବୁକ୍ କରିଥିବା ପର୍ଯ୍ୟଟକଙ୍କୁ ଛାଡ଼ିବା ନିଷ୍ପତ୍ତିକୁ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସଂଗଠନ ବିରୋଧ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ପର୍ଯ୍ୟଟକ ଏହି ନିଷ୍ପତ୍ତି ଯୋଗୁ ଭିତରକନିକା ବୁଲିପାରିବେ ନାହିଁ ବୋଲି ଅଭିଯୋଗ କରି ଆନ୍ଦୋଳନ କରିବାକୁ ବିଭିନ୍ନ ସଂଗଠନ ଚେତାବନୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା’ ପରେ…

ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

‘ଓଡ଼ିଶାରେ କରୋନା ରି-ଇନ୍‌ଫେକ୍‌ସନ୍ ହେଉଛି ’

ବ୍ରହ୍ମପୁରରୁ ଦୁବାଇକୁ ଲମ୍ବିଛି IPL ବେଟିଂ, ଜବତ ହେଲା ଲକ୍ଷାଧିକ ଟଙ୍କା

You might also like