କଳାହାଣ୍ଡି: କଳାହାଣ୍ଡିର ଭବାନୀପାଟଣା ସହର ସଟ୍ଡାଉନ୍ ହୋଇଛି। ସହରରେ କରୋନା ପଜିଟିଭ୍ ସଂଖ୍ୟା ବଢିଚାଲିଥିବାରୁ ଭବାନୀଟପାଟଣାକୁ ଦୁଇ ଦିନ ପାଇଁ ସଟ୍ଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ସହରରେ ୧୦ ପୋଲିସ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି।
ଭବାନୀଟପାଟଣାରେ ରିଜର୍ଭ ପୋଲିସର ୫ ଜଣ, ଟାଉନଥାନାରୁ ୩, ସଦର ଥାନାରୁ ଜଣେ ଏବଂ ଆଇଆରବି ବାଟାଲିୟନରୁ ଜଣେ ଏହିପରି ମୋଟ ୧୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୧୦ଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୩ ଜଣ ସୁସ୍ଥ ହୋଇଥିବାବେଳେ ୩୮ ଆକ୍ଟିଭ୍ କେସ୍ ରହିଛି।
ଆଜି ରାଜ୍ୟରେ ଗୋଟିଏ ଦିନରେ ୧,୩୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୩୨୦ ଆକ୍ରାନ୍ତଙ୍କ ମଧ୍ୟରୁ ୮୮୭ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୪୩୩ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସେହିଭଳି ଭୁବନେଶ୍ୱରରେ ୧୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।