• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ବରଗଡ଼: ଭଟ୍‌ଲି ବିଜେପି ଅଫିସ ଗୁଳିକାଣ୍ଡ ଘଟଣାରେ ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ଇରାଶିଷ ଆଚାର୍ଯ୍ୟଙ୍କ ଗିରଫର ପ୍ରତିବାଦ ହୋଇଛି। ଆଜି ଦଳ ପକ୍ଷରୁ ୧୨ ଘଣ୍ଟିଆ ଭଟ୍‌ଲି ବନ୍ଦ ପାଳନ କରାଯାଉଛି।

ଏହି ବନ୍ଦର ପ୍ରଭାବ ସାଧାରଣ ଜୀବନଯାତ୍ରା ଉପରେ ପଡ଼ିଛି। ଭଟ୍‌ଲିରେ ଦୋକାନ ବଜାର ସହିତ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି। ଗତକାଲି ପୁଲିସ୍‌ ଇରାଶିଷଙ୍କୁ ଗିରଫ କରିଥିଲା। ଆଗରୁ ଇରାଶିଷଙ୍କୁ ବରଗଡ଼ ଟାଉନ ଥାନାକୁ ଡକାଯାଇ ପଚରା ଉଚରା କରିଥିଲା ପୁଲିସ୍‌। ଗତ ଜୁନ୍ ୧ ତାରିଖରେ ଭଟ୍‌ଲି ବିଜେପି ଅଫିସରେ ଏକ ଗୁଳିକାଣ୍ଡ ହୋଇଥିଲା। ଏଥିରେ ସୋହେଲା ଚମାରପଡ଼ାର ବୁଲୁ ସତନାମୀ ନାମକ ଜଣେ ଯୁବକଙ୍କ ମୁଣ୍ଡରେ ଗୁଳି ବାଜି ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଓ ଖୋକା ଜବତ କରିଥିଲା ପୁଲିସ୍‌। ତେବେ ବୁଲୁଙ୍କୁ ହତ୍ୟା କରାଯାଇଛି ନା ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନଥିଲା।

 

Bhatli-bandh-call-by-yuvamorcha-today67
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories