ବିକଳ ହୋଇ ପ୍ରତିଶ୍ରୁତି ଦେବାରେ ଯଥାର୍ଥତା ନାହିଁ : ଭର୍ତ୍ତୃହରି ମହତାବ

କଟକ (ବିବର୍ତ୍ତନ ପଣ୍ଡା) : ଏକ ଟଙ୍କାରେ ଖାଦ୍ୟସାଗ୍ରୀ ଦେବା ନେଇ ଧର୍ମେନ୍ଦ୍ରଙ୍କ ପ୍ରତିଶ୍ରୁତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। ବିକଳ ହୋଇ ପ୍ରତିଶ୍ରୁତି ଦେବାରେ ଯଥାର୍ଥତା ନାହିଁ ବୋଲି ଭର୍ତ୍ତୃହରି କହିଛନ୍ତି।

ବିଜେପିର ଏହି ଘୋଷଣା ଆକାଶ କଇଆଁ, ଚିଲିକା ମାଛ ସଦୃଶ ବୋଲି ସେ କହିଛନ୍ତି। ଓଡ଼ିଶାବାସୀ ଏହି ପ୍ରତିଶ୍ରୁତିକୁ ବିଶ୍ୱାସ କରିବେନାହିଁ। ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ଟଙ୍କାକରେ ୫ କେଜି ଚାଉଳ ସହ ଅଧ କିଲୋ ଡାଲି ଓ ଲୁଣ ଦିଆଯିବ ବୋଲି ଗତକାଲି ଧର୍ମେନ୍ଦ୍ର ପ୍ରତିଶ୍ରୁତି ଦେଇଥିଲେ।

ଏହାସହ ମଧ୍ୟ ପଢ଼ନ୍ତୁବିଜେପି କ୍ଷମତାକୁ ଆସିଲେ ୧ ଟଙ୍କାରେ ମିଳିବ ଖାଦ୍ୟ ସାମଗ୍ରୀ : ଧର୍ମେନ୍ଦ୍ର ପ୍ରଧାନ

You might also like