• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

କଟକର:ଆଜି ଭାରତ ବନ୍ଦ। ଦୋକାନ, ବଜାର, ବ୍ୟବସାୟ ପ୍ରତିଷ୍ଠାନ ସମେତ ଯାନବାହନ ଚଳାଚଳ ବନ୍ଦ ରହିଛି। ଜିଏସ୍‌ଟି  ଏବଂ E-WAY ବିଲ୍ ଭଳି ଏକାଧିକ ପ୍ରସଙ୍ଗ ବିରୋଧରେ ଟ୍ରେଡ୍ ୟୁନିୟନ୍ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛି କଟକ ନଗର ବ୍ୟବସାୟୀ ମହାସଂଘ। କେବଳ କଟକ ନୁହେଁ, ଦେଶର ପ୍ରାୟ ୪୦ ହଜାର ଟ୍ରେଡ୍ ଆସୋସିଏସନ୍ ବି ସମର୍ଥନ ଜଣାଇଛି।

ଏହି ବନ୍ଦ ଡାକରା ପ୍ରଭାବରେ ଆଜି ପ୍ରାୟ ୨୦ ଲକ୍ଷ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରହିବାର ସମ୍ଭାବନା ରହିଛି। ଜିଏସ୍‌ଟି ଜଟିଳତା ଦ୍ୱାରା ବ୍ୟବସାୟୀମାନେ ଆର୍ଥିକ ଓ ମାନସିକ ସ୍ତରରେ ଅତିଷ୍ଠ ହୋଇସାରିଲେଣି । ତାଛଡ଼ା ଜିଏସ୍‌ଟି  ଆଇନ ଯୋଗୁଁ ବ୍ୟବସାୟ କରିବା ମୁସ୍କିଲ ହୋଇପଡ଼ିଲାଣି ବୋଲି ମହାସଂଘ କହିଛି । ଜିଏସ୍‌ଟିର ଜଟିଳତାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାର, ଏବଂ ଜିଏସ୍‌ଟି ପରିଷଦ ପାଖରେ ଦାବି କରି ଆଜି ଦେଶର ୧୫୦୦ ସ୍ଥାନରେ ଧାରଣା ଦିଆଯିବ

ଓଡ଼ିଶାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।  କଟକ ମାଲଗୋଦାମ ବଣିକ ସଂଘ କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ମହାସଂଘ ବନ୍ଦ ଡାକରାକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେବା ସହ ଆଜି ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ବନ୍ଦ ନିଷ୍ପତ୍ତିକୁ ନେଇ ଭୁବନେଶ୍ୱରର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା କହିଛନ୍ତି ଭୁବନେଶ୍ୱର ଡିସିପି।

ସୂଚନାଥାଉ କି, The Confederation of All India Traders(CAIT) ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। Goods and Services Tax (GST) ଆଇନ୍‌କୁ ବିରୋଧ, ତୈଳ ଦର ବୃଦ୍ଧି, ଇ-ୱେ ବିଲ୍‌ ସମେତ ଅନ୍ୟ ପ୍ରସଙ୍ଗକୁ ନେଇ CAIT ପକ୍ଷରୁ  ବନ୍ଦ ପାଳନ କରାଯାଇଛି ।

The All India Transporters Welfare Association (AITWA) ମଧ୍ୟ ଏହି ବନ୍ଦକୁ ସମର୍ଥନ ଜଣାଇଛି।ଆନ୍ଦୋଳନର ଉଦ୍ଦେଶ୍ୟ ହେଉଛି ଗୋଟିଏ ଦିନ ପାଇଁ ସମସ୍ତ E-Way ବିଲ୍‌ ଆଧାରିତ ସାମଗ୍ରୀର ବୁକିଂ ଓ କାରବାରକୁ ପ୍ରତ୍ୟାଖାନ କରିବା। ତେବେ ଏହି ଆନ୍ଦୋଳନକୁ ଫେଡେରେଶନ ଅଫ ଅଲ ଇଣ୍ଡିଆ ବ୍ୟାପାର ମଣ୍ଡଳ (FAIM) ସମର୍ଥନ କରିବ ନାହିଁ ବୋଲି କହିଛି। ଫେମ୍‌ ହିଛି, ଜିଏସ୍‌ଟିରେ ସୁଧାରର ଆବଶ୍ୟକତା ରହିଛି, କିନ୍ତୁ ଏହା ଆଲୋଚନା ମାଧ୍ୟମରେ ହେବା ଦରକାର। କରୋନା ମହାମାରୀ ସମୟରେ ଆର୍ଥିକ ସ୍ଥିତି ସଙ୍କଟରେ ଅଛି । ଏପରି ସ୍ଥିତିରେ ଜଣେ ଦାୟିତ୍ୱସମ୍ପନ୍ନ ନାଗରିକ ଭାବେ ବ୍ୟବସାୟୀମାନଙ୍କୁ ଏହି ଆନ୍ଦୋଳନରୁ ଦୂରରେ ରହିବା ଉଚିତ୍‌। ଜିଏସ୍‌ଟି ସୁଧାର ଆଣିବା ପାଇଁ ୨୦୦୧, ଫେବ୍ରୁଆରୀ ୨୨ରେ ୨୦୦ ଜିଲ୍ଲା ଅଧିକାରୀଙ୍କ ଜରିଆରେ ପିଏମ ମୋଦିଙ୍କୁ  ଅନୁରୋଧ କରାଯାଇଛି ବୋଲି ଫେମ ପକ୍ଷରୁ ସୂଚନା ଦିଆଯାଇଛି।

https://youtu.be/Y_xBl4kmZd4

Bharat-bandh-today-cuttack-traders-bodies-extend-support
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories