ସମ୍ବଲପୁରରେ ବନ୍ଦର ପ୍ରଭାବ

ଜିଲ୍ଲାପାଳଙ୍କ ଅଫିସରେ କଂଗ୍ରେସ କର୍ମୀଙ୍କ ସ୍ଲୋଗାନ

ସମ୍ବଲପୁର : ସମ୍ବଲପୁରରେ ମଧ୍ୟ ବନ୍ଦର ପ୍ରଭାବ ପଡ଼ିଛି। କଂଗ୍ରେସ କର୍ମୀମାନେ ଅାଜି ସକାଳେ ପିକେଟିଂ କରି ଗାଡ଼ି, ମଟର ଓ ରେଳ ରୋକ୍‌ କରିଛନ୍ତି। ଏହା ସହିତ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଶି ଅଫିସ୍‌କୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ।

ବନ୍ଦ ପାଳନ ସତ୍ତ୍ୱେ ଜିଲ୍ଲାପାଳ ଅଫିସକୁ ଅାସିଥିଲେ। କିଛି ସମୟ ପରେ ସେଠାକୁ ଅାସିଥିଲେ ଶତାଧିକ କଂଗ୍ରେସ କର୍ମୀ। ତେଲ ଦର ବୃଦ୍ଧି ପ୍ରତିବାଦରେ ସେଠାରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। କେନ୍ଦ୍ର ସରକାରଙ୍କ ବିରୋଧରେ ମଧ୍ୟ ସେମାନେ ସ୍ଲୋଗାନ ଦେଇଥିଲେ।

ଏପରିକି ଜିଲ୍ଲାପାଳଙ୍କ ପ୍ରକୋଷ୍ଠକୁ ପଶି ଅାସିଥିଲେ କଂଗ୍ରେସ କର୍ମୀ ଏବଂ ଅାଜି ଅଫିସ୍ ବନ୍ଦ କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ।

You might also like