ନିୟମ ମାନୁନାହାନ୍ତି, ଏମିତି ହେଲେ ବିପଦକୁ ଟାଣିବ: DMET

ଭୁବନେଶ୍ୱର: ସପ୍ତାହେ ଧରି ଶହେ ଉପରେ ରହୁଥିବା କରୋନା ଗ୍ରାଫ୍ ଦୁଇ ଶହ ପାର୍ କରିଛି। ଆଜି ୨୧୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଆସିଥିବା ଦୈନିକ ସଂକ୍ରମଣ ତଥ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩ ଜଣ ଅଛନ୍ତି। ସୁନ୍ଦରଗଡ଼ରୁ ୨୭ ଥିବାବେଳେ ବଲାଙ୍ଗିର ଓ କଟକରୁ ୨୦ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ଟିଭ୍ କେସ୍ ୧୧ଶହ ୫୧କୁ ଛୁଇଁଛି।

ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ଟପିଥିଲେ ବି ଓଡ଼ିଶା ସ୍ଥିତି ଠିକ୍‌ଠାକ୍‌ ଥିବା ILS ନିର୍ଦ୍ଦେଶକ କହିଛନ୍ତି।  ୩ ୟୁକେ ଷ୍ଟ୍ରେନ୍ ସମ୍ପର୍କରେ ଆଶ୍ୱସ୍ତିକର ସୂଚନା ଦେଇ କହିଛନ୍ତି- ଗତ ଡିସେମ୍ବରରେ ଏହି ଷ୍ଟ୍ରେନ୍‌ରେ ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି ଓ ଅନ୍ୟ କାହାରିକୁ ସଂକ୍ରମିତ କରିନାହାନ୍ତି। ତାସହ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚିହ୍ନଟ ନମୁନାରୁ ସେଭଳି ଭୟାନକ ସ୍ଥିତି ନାହିଁ। ସେପଟେ ଡିଏମ୍ଇଟି କହିଛନ୍ତି- ଡିସେମ୍ବରରେ ଯେଉଁ ଷ୍ଟ୍ରେନ୍ ୟୁକେରେ ଦେଖା ଦେଇଥିଲା, ତାସହ ଓଡିଶାକୁ ତୁଳନା କରିବା ଠିକ୍ ନୁହେଁ ତଥାପି ଆମ ଲୋକ କିଛି ନିୟମ ମାନୁନାହାନ୍ତି, ଏମିତି ହେଲେ ବିପଦ ଆଡ଼କୁ ଟାଣି ହେବେ।

ଏଣେ ରାଜ୍ୟରେ ଏବେ ସଂକ୍ରମଣର ବଡ଼ ସ୍ପଟ୍ ଶିକ୍ଷାନୁଷ୍ଠାନ କଟକ, ଭୁବନେଶ୍ୱର, ରାଉରକେଲା ସବୁଠି ଏହାକୁ ନେଇ ଟେନସନ୍ ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ର ଜଣେ ଛାତ୍ର ପଜିଟିଭ ଚିହ୍ନଟ ହୋଇଛନ୍ତି। ଶନିବାର ଛାତ୍ରଜଣକ ପରୀକ୍ଷା ଦେବାକୁ ସ୍କୁଲ ଆସିଥିଲେ। ସେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ BMC ପକ୍ଷରୁ ତାଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ଟେଷ୍ଟିଂ ଚାଲିଛି।

ସେହିପରି ରାଉରକେଲା NITର ୩ ଛାତ୍ର ଆକ୍ରାନ୍ତ ହେବା ପରେ ସେମାନଙ୍କୁ ଆଇସୋଲେସନରେ ରଖାଯାଇଛି। ରେଭେନ୍ସା ୟୁନିଭରସିଟି ମନସ୍ତତ୍ତ୍ୱ ବିଭାଗର ଦୁଇ ଜଣ ଅଧ୍ୟାପିକା ଓ ଜଣେ ହଷ୍ଟେଲ ଅନ୍ତେବାସୀ ପଜିଟିଭ୍ ଚିହ୍ନଟ ପରେ ବିଶ୍ୱବିଦ୍ୟାଳୟର ସମସ୍ତ ୧୩ଟି ଯାକ ହଷ୍ଟେଲ ଉପରେ ନଜର ରଖିଛି ସିଏମ୍‌ସି। ଗତକାଲି ୯୨ଜଣଙ୍କ ପରେ ଆଜି ଶହେରୁ ଅଧିକ ସ୍ୱାବ ସାଂପୁଲ୍ ସଂଗ୍ରହ କରାଯାଇଛି।

ବିଭିନ୍ନ ଶିକ୍ଷାନୁଷ୍ଠାରୁ ପଜିଟିଭ୍ ଚିହ୍ନଟକୁ ନେଇ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପରିଚାଳିତ ସ୍କୁଲ ଏବଂ ହଷ୍ଟେଲରୁ କୌଣସି ପଜିଟିଭ୍ ବାହାରିନି। ସବୁଠି କୋଭିଡ୍ SOP କଡାକଡି ପାଳନ ନିର୍ଦ୍ଦେଶ ଦିଆଯାଇଛି। ଘରୋଇ ସ୍କୁଲ ଉପରେ ଜିଲ୍ଲା ପ୍ରଶାସନର କଡା ନଜର ରହିଛି। ସ୍କୁଲ ବନ୍ଦ ନେଇ ଏବେ କୌଣସି ନିଷ୍ପତ୍ତି ନିଆଯାଇନି।

ସେପଟେ ସଂକ୍ରମଣର ସର୍ବାଗ୍ରେ ଥିବା ଖୋର୍ଦ୍ଧା ଜିଲ୍ଲାର ଅନ୍ୟସ୍ଥାନ ଅପେକ୍ଷା ରାଜଧାନୀରେ ବଢୁଥିବା ସଂକ୍ରମଣକୁ ନେଇ ତତ୍ପର ହୋଇଛି ବିଏମ୍‌ସି।  ଏବେ ଦିନକୁ ୬ଶହ RTPCR ଓ ହଜାରେ ଆଣ୍ଟିଜେନ୍ ଟେଷ୍ଟର ଟାର୍ଗେଟ୍ ରଖିଛି। ଆଗକୁ ସଂଖ୍ୟା ବଢାଯିବ। ଆଗକୁ ମଲ୍ ଏବଂ ମାର୍କେଟ୍‌ରେ ବି ଟେଷ୍ଟିଂ କରାଯିବ ବୋଲି ବିଏମ୍‌ସି କମିଶନର କହିଛନ୍ତି। ରେଳ ଷ୍ଟେସନ ଓ ବିମାନ ବନ୍ଦରରେ ରାଣ୍ଡମ ଟେଷ୍ଟିଂ ଆରମ୍ଭ ହୋଇସାରିଛି।

You might also like