ଭିଜିଲାନ୍ସ ହାତରେ IIC

ଭଦ୍ରକ: ଭିଜିଲାନ୍ସ ହାତରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଆଇଆଇସି ଅମିତ୍‌ କୁମାର ବିଶ୍ୱାଳ। ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ତାଙ୍କ ନିକଟରୁ ୭୩ ହଜାର ୫ଶହ ଟଙ୍କା ଜବତ କରିଛି।

ସେ ବାରିପଦା ଯାଉଥିବା ବେଳେ ବାଲେଶ୍ୱର ସେରଗଡ଼ ଟୋଲଗେଟ୍‌ ନିକଟରେ ଭିଜିଲାନ୍ସ ତାଙ୍କୁ ଧରିଥିଲା।  ଏହାସହ ଆଇଆଇସିଙ୍କ ଭଣ୍ଡାରିପୋଖରୀ ବାସଭବନ ସମେତ ବାରିପଦା ସହର ନିକଟରେ ଥିବା ଭଞ୍ଜପୁର ବାସଭବନରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛି।

ଆଇଆଇସି ଅମିତ୍‌ କୁମାର ବିଶ୍ୱାଳଙ୍କୁ ଭିଜିଲାନ୍ସ ଅଟକ ରଖିଥିବା ଜଣାପଡ଼ିଛି। ତେବେ ଏନେଇ ଭିଜିଲାନ୍ସ କି ଭଣ୍ଡାରିପୋଖରୀ ଆଇଆଇସିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

You might also like