• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭଦ୍ରକ: ଆଜି ଭଦ୍ରକରୁ ୫ ଜଣ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯିବା ପରେ ପ୍ରଶାସନ ପକ୍ଷରୁ ତନଘନା ଆରମ୍ଭ ହୋଇଛି। ଆକ୍ରାନ୍ତଙ୍କର ଟ୍ରାଭେଲ ହ୍ରିଷ୍ଟ୍ରି ଖୋଜି ବାହାର କରିବା ସହ ଏମାନଙ୍କର ସଂସ୍ପର୍ଶରେ କିଏ କିଏ ଆସିଛନ୍ତି ସେ ନେଇ ଯାଞ୍ଚ କରାଯାଉଛି। ଭଦ୍ରକର ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଯାଜପୁରର ୬ ଜଣ ଆସିଥିବା ଖବର ମିଳିଛି । ଏ ନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ।

ଜିଲ୍ଳାପାଳଙ୍କ କହିବା ଅନୁଯାୟୀ,  ଭଦ୍ରକର ସଂପୃକ୍ତ ବ୍ୟକ୍ତି ୨୯ ତାରିଖ ରାତି ୯ଟାରେ ଏକ ମାରୁତି ଭ୍ୟାନରେ କୋଲକାତାରୁ ଭଦ୍ରକ ଫେରିଥିଲେ।  କୋଲକାତାରୁ ଅନ୍ୟ ୬ ଜଣ ଏହି  ଭ୍ୟାନରେ ଆସି ଭଦ୍ରକରେ ପହଞ୍ଚିଥିଲେ।  ତାଙ୍କ ସହ ଥିବା ଅନ୍ୟ ୬ ଜଣଙ୍କ ଘର ଯାଜପୁରରେ ।

ସେଦିନ ରାତିରେ ସେମାନେ ସମସ୍ତେ ବାଟରେ ଗୋଟିଏ ସ୍ଥାନରେ ଅଟକିଥିଲେ। ଏହାପରେ ୩୦ ତାରିଖ ସକାଳ ସାଢ଼େ ୬ଟାରେ ଭଦ୍ରକରେ ଏହି ବ୍ୟକ୍ତି ଜଣକ ଓହ୍ଲାଇ ପଡ଼ିବା ପରେ ଯାଜପୁର ଯାଉଥିବା ୬ଜଣ ଷଠିପୁରରେ ଓହ୍ଲାଇବେ ବୋଲି କଥାବାର୍ତ୍ତା ହେଉଥିଲେ। ସେହି ବ୍ୟକ୍ତିମାନେ କୋଲକାତାରେ ଲୋଡିଂ ଅନ୍ଲୋଡିଂ ଶ୍ରମିକ ଭାବେ କାମ କରୁଥିବା ଅନୁମାନ କରାଯାଉଛ॥

ତେଣୁ ୩୦ତାରିଖ ସକାଳେ ସେମିତି ଯଦି କେହି କୋଲକାତାରୁ ଆସିଥିବେ ତେବେ ତୁରନ୍ତ ଜଣାଇବାକୁ ଜିଲ୍ଲା ପ୍ରଶାସନ ସୂଚନା ଦେବାକୁ କହିଛନ୍ତି ଜିଲ୍ଲାପାଳ । ଏପରିକି  ଗ୍ରାମ କମିଟିକୁ ମଧ୍ୟ ଠିକଣା ଲଗାଇବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ।

ଅନ୍ୟପକ୍ଷରେ ଭଦ୍ରକ ଜିଲ୍ଲାପାଳ କହିଛନ୍ତି, ଏହି ନୂଆ ଆକ୍ରାନ୍ତମାନେ କୌଣସି ଯାଜପୁରର ଲୋକ ସହ ସଂସ୍ପର୍ଶରେ ଆସିନାହାନ୍ତି ।ପୂର୍ବରୁ ଯେଉଁମାନେ ଯାଜପୁର ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଅନୁମାନ କରାଯାଉଥିଲା, ସେମାନଙ୍କ ରିପୋର୍ଟ, ନେଗେଟିଭ୍ ଆସିଛି।  ତେଣୁ ଉଭୟ ଜିଲ୍ଲାପାଳଙ୍କ ସୂଚନା ଭିତରେ ପାର୍ଥକ୍ୟ ରହୁଥିବାରୁ ପ୍ରକୃତ ସତ୍ୟାସତ୍ୟ କଣ ସେନେଇ ସନ୍ଦେହ ସୃଷ୍ଟି ହୋଇଛି।

ସୂଚନାଥାଉ କି,  ଭଦ୍ରକରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ବାସୁଦେବପୁର ଅଂଚଳର ହୋଇଥିବା ବେଳେ ଆଉ ଦୁଇ ଜଣ ଭଣ୍ଡାରୀପୋଖରୀ ଅଂଚଳର ବୋଲି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଆକ୍ରାନ୍ତଙ୍କ ସଂଖ୍ୟାା ବୃଦ୍ଧି ପାଇବା ପରେ ୫ଟି ଗ୍ରାମ ପଂଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏହି ପଂଚାୟତ ଗୁଡିକ ହେଲା ଖରିଦା ବିନାୟକପୁର, ପଦ୍ମପୁର, ଲକ୍ଷ୍ମୀଦାସପୁର, ରାହାଣିଆ ଓ ତେସିଙ୍ଗା । ଏହି ୫ ଆକ୍ରାନ୍ତଙ୍କ ବୟସ ୪୮, ୫୫ , ୫୭, ୫୮ ଓ ୬୬ ବର୍ଷ ଓ ସମସ୍ତ ପୁରୁଷ ବୋଲି ସୂଚନା ମିଳିଛି।

ଏହି ୫ଟି ପଞ୍ଚାୟତରେ ହେବାକୁ ଥିବା ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ହିତାଧିକାରୀମାନଙ୍କୁ ମିଳୁଥିବା ଅନ୍ୟ ସୁବିଧାକୁ ବାତିଲ କରାଯାଇଛି । କରୋନା ସଂକ୍ରମତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ବାସୁଦେବପୁର ଓ ଭଣ୍ଡାରୀପୋଖରୀ ବ୍ଲକରେ କଟକଣା କରାଯାଇଛି ।

Bhadrakh-positive-affected-came-back-fromkolkata-with-6-other-from-jajpur
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories