ପିଟି ପିଟି ଯୁବକଙ୍କୁ ହତ୍ୟା ଅଭିଯୋଗ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ଏପରି ଘଟଣା ଭଦ୍ରକ ଗ୍ରାମାଞ୍ଚଳ ଥାନା ବଗମରା ଆଦିବାସୀ ସାହିରେ। ମୃତ ଜଣକ ହେଲେ ଗାଁର କଟିଆ ମୁର୍ମୁ। କଟିଆଙ୍କ ମାଆଙ୍କ କହିବା ଅନୁଯାୟୀ, ଗାଁର ଦୁଇ ଜଣ ବ୍ୟକ୍ତି ଆସି ତାଙ୍କ ପୁଅକୁ ପିଟିଛନ୍ତି। ଯେଉଁଥିପାଇଁ ତାଙ୍କ ପୁଅର ମୃତ୍ୟୁ ହୋଇଛି।

ଏନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରକୃତରେ କେଉଁ କାରଣରୁ ଏଭଳି ଘଟଣା ଘଟିଛି, ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

କିନ୍ତୁ ତା ପୂର୍ବରୁ ଏକ ଭିଡ଼ିଓ ଭାଇରାଲ ହେଉଛି। ଯେଉଁଥିରେ ଗାଁର ଜଣେ ଯୁବକ ଏକ ବାଡ଼ିରେ ମୃତକଙ୍କୁ ମାଡ଼ ମାରିବା ସହ ଗାଳି ଦେଉଥିବା ଦେଖିବାକୁ ମିଳିଛି।

You might also like