ବଦଳିଗଲା ଚିତ୍ର: ସେଦିନ କ୍ୱାରେଣ୍ଟିନ୍ ସେଣ୍ଟର୍‌ରେ ଟିକ୍‌ଟକ୍‌ କରୁଥିଲେ, ହେଲେ ଆଜି…

ଭଦ୍ରକ: କିଛି ଦିନ ତଳେ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ଅନ୍ତର୍ଗତ‌ ଭାଟପଡ଼ା ପଞ୍ଚାୟତରେ ଥିବା ଏକ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହୁଥିବା କିଛି ଲୋକ ଟିକ୍‌ଟକ୍‌ ଭିଡିଓ କରିଥିଲେ। ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ ହେବାସହ ଏହାକୁ ଜୋରଦାର ସମାଲୋଚନ କରାଯାଇଥିଲା। ତେବେ ସେହି କ୍ୱାରେଣ୍ଟିନ୍‌ ସେଣ୍ଟରରେ ଏବେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର।

ଏବେ ଆଉ ଟିକ୍‌ଟକ୍‌ ନୁହେଁ ବରଂ ଏହି କ୍ୱାରେଣ୍ଟିନ୍ ସେଣ୍ଟରରେ ରହୁଥିବା ଲୋକେ ଯୋଗ, ପ୍ରାଣାୟାମ ଓ ବ୍ୟାୟାମ କରୁଛନ୍ତି। ସବୁଦିନେ ସକାଳେ ଉଠି ଯୋଗ କରିବା ସହ ପ୍ରାଣାୟମ ଓ ବ୍ୟାୟାମ ଆଦି କରୁଛନ୍ତି ଏହି କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହୁଥିବା ଲୋକେ। ସେହିପରି ସନ୍ଧ୍ୟାରେ ଏଠାରେ ପ୍ରବଚନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି। ମନକୁ ଶାନ୍ତ ରଖିବା ସହ ସମୟ ଅତିବାହିତ କରିବାକୁ ଏଠାରେ ରହୁଥିବେ ଲୋକେ ଏଭଳି କରୁଛନ୍ତି। ଏସବୁ କାର୍ଯ୍ୟକ୍ରମ ବେଳେ ସେମାନେ ନିୟମ ଅନୁଯାୟୀ ସାମାଜିକ ଦୂରତା ରକ୍ଷା କରୁଛନ୍ତି।

ସୂଚନାଯୋଗ୍ୟ, ଭାଟପଡ଼ା ପଞ୍ଚାୟତର ଏହି କ୍ୱାରେଣ୍ଟିନ୍ ସେଣ୍ଟରରେ ରହୁଥିବା କିଛି ଲୋକେ ନିୟମ ନ  ଟିକ୍‌ଟକ୍‌ କରୁଥିବା ଘଟଣା କିଛିଦିନ ତଳେ ସାମ୍ନାକୁ ଆସିଥିଲା। ଏମାନେ ସମସ୍ତେ କୋଲକାତାରୁ ଫେରିଥିବାରୁ ଏମାନଙ୍କୁ କ୍ୱାରେଣ୍ଟିନ୍ ସେଣ୍ଟରରେ ରଖାଯାଇଥିଲା। ସେମାନଙ୍କର ଏଭଳି ଆଚରଣକୁ ନେଇ ତ୍ରୀବ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ୭ ଜଣଙ୍କ ନାଁରେ ଥାନାରେ ଏତଲା ବି ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ଦୈନିକ ସାଢେ ୪ ଘଣ୍ଟା ହେବ ଗୃହ କାର୍ଯ୍ୟ

‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

You might also like