ଭଦ୍ରକରେ ବିଭତ୍ସ ହତ୍ୟା, ସେପଟେ ଶବ ବ୍ୟବଚ୍ଛେଦ ନହେବାରୁ ଉତ୍ତେଜନା

ତାସ ଖେଳକୁ କେନ୍ଦ୍ର କରି ବିଭତ୍ସ ହତ୍ୟା ଅଭିଯୋଗ

ଭଦ୍ରକ: ତାସ ଖେଳକୁ କେନ୍ଦ୍ର କରି ବିଭତ୍ସ ହତ୍ୟା ଅଭିଯୋଗ। ନାବାଳକର ଶିଳପୁଆ ମାଡ଼ରେ ଯୁବକଙ୍କର ଶୋଚନୀୟ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତିହିଡି ଥାନା ଦୋଳସାହି ଗାଁରେ। ମୃତ ବ୍ୟକ୍ତି ଜଣକ ହେଲେ ଦୋଳସାହି ଅଞ୍ଚଳର ରବୀନ୍ଦ୍ର ଖୁଣ୍ଟିଆ। ଅଭିଯୋଗ ଅନୁଯାୟୀ, ଦୋଳସାହିରେ ତାସ ଖେଳ ଚାଲିଥିବା ବେଳେ ରବୀନ୍ଦ୍ର ଓ ଅଭିଯୁକ୍ତ ନାବାଳକଙ୍କ ସହ କୌଣସି କାରଣରୁ ଯୁକ୍ତି ତର୍କ ଲାଗିଥିଲା।

ନାବାଳକ ମାଡ଼ରେ ଯୁବକ ମୃତ !
ଭଦ୍ରକ ତିହିଡ଼ି ଦୋଳସାହିରେ ତାସ୍ ଖେଳରୁ ନିର୍ମମ ହତ୍ୟା ଅଭିଯୋଗ
ନାବାଳକର ଶିଳପୁଆ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଅଭିଯୋଗ
ଅଭିଯୁକ୍ତ ନାବାଳକ ଫେରାର୍, ତିହିଡ଼ି ପୋଲିସର ତଦନ୍ତ ଜାରି

ପରେ ନାବାଳକ ଜଣକ ଉତକ୍ଷୀପ୍ତ ହୋଇ ପାଖରେ ଥିବା ଶିଳପୁଆକୁ ରବୀନ୍ଦ୍ର ଉପରକୁ ଛାଟିଦେଇଥିଲା । ତେବେ ଶିଳପୁଆ ମାଡ଼ରେ ରବୀନ୍ଦ୍ରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ଅଭିଯୁକ୍ତ ନାବାଳକ ଫେରାର ହୋଇଯାଇଥିବା ବେଳେ ତିହିଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସେପଟେ, ରାଉରକେଲା ଉଦିତନଗର ଥାନା ଶୀତଳପଡ଼ା ଅଞ୍ଚଳରେ ଏକ ଶବ ବ୍ୟବଚ୍ଛେଦ ନକରାଯାଇ ଫେରାଇ ଦିଆଯିବା ଅଭିଯୋଗ ଘଟଣାକୁ ନେଇ ଉତ୍ତେଜନା। ଶୀତଳପଡାରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଶବକୁ ଶୁକ୍ରବାର ଦିନ ଉଦ୍ଧାର କରାଯାଇଥିଲା। ମୃତକ ହେଲେ ରଞ୍ଜିତ ଚୌଧୁରୀ ଏନେଇ ଏକ ଅପ ମୃତ୍ୟୁ ମାମଲା ପୋଲିସ ରୁଜ୍ଜୁ କରିଥିବା ବେଳେ ବିନା ଶବ ବ୍ୟବଚ୍ଛେଦରେ ଡାକ୍ତର ଶବକୁ ପରିବାର ଲୋକଙ୍କୁ ଫେରାଇ ଦେଇଥିବା ଅଭିଯୋଗ ହୋଇଛି।

ଏଭଳି ଘଟଣା ନେଇ ରାଉରକେଲା ଏସ୍ପିଙ୍କୁ ଫେରାଦ ହୋଇଛନ୍ତି ମୃତକଙ୍କ ପରିବାର ଲୋକେ। ମୃତକ ରଞ୍ଜିତଙ୍କ ଶବକୁ ପୁଣି ଥରେ ଆଜି ପୋଷ୍ଟମର୍ଟମ ଲାଗି ପଠାଯାଉଛି। ଶିତଲପଡା ଲୋକେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ତେବେ ଏନେଇ ମେଡିକାଲ କର୍ତ୍ତୃପକ୍ଷ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନି।

ଏପଟେ କଟକ ସାଲେପୁରରେ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା। ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଜଂକୋଟି ନିକଟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ଗୁରୁତର ଆହତ ହୋଇଥିଲେ କୁଳମଣି ବରାଳ ଓ ତାଙ୍କର ସହଯୋଗୀ ଦିବ୍ୟସିଂହ ବରାଳ। ଉଭୟଙ୍କୁ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ କୁଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଦିବ୍ୟସିଂହଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। କୁଳମଣି ସାଲେପୁର ବିଜେପିର ମଣ୍ଡଳ ପ୍ରଭାରୀ ଥିଲେ। ଏହାସହ ସେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ମଧ୍ୟ ଥିଲେ।

କୁଳମଣିଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଘଟଣା ସ୍ଥଳରେ ପୋଲିସ ମୁତୟନ କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିଲେ ବି ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ। ଅନ୍ୟପଟେ ବିଜେପି କଟକ ଜିଲ୍ଲା ସଭାପତି ଏହାକୁ ରାଜନୈତିକ କାରଣରୁ ହତ୍ୟା କରାଯାଇଥିବା ଅଭିଯୋଗ କରିବା ସହ ଶାସକ ଦଳର ସ୍ଥାନୀୟ ନେତୃଙ୍କୁ ଏଥିପାଇଁ ଦାୟୀ କରିଛନ୍ତି। ତେବେ ବିଜେପିର ଅଭିଯୋଗ ଉପରେ ଶାସଦ ଦଳର ପ୍ରତିକ୍ରିୟା ମିଳିପାରିନାହିଁ।

You might also like