ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ କରୋନା

ଭଦ୍ରକ: ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

“କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଦେବା ପରେ ମୁଁ ପରୀକ୍ଷା କରାଇଥିଲି ଓ ରିପୋର୍ଟ ପଜିଟିଭ୍ ଆସିଥିଲା। ବର୍ତ୍ତମାନ ମୋ ସ୍ୱାସ୍ଥ୍ୟ ଭଲ ଏବଂ ସ୍ଥିର ଅଛି। ମୁଁ ଏବେ ହୋମ୍ କ୍ୱାରେଣ୍ଟିନ୍‌ରେ ଅଛି ” ବୋଲି ସାଂସଦ ଟ୍ୱିଟ୍‌ କରି କହିଛନ୍ତି।

ଯେଉଁମାନେ ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଏକାନ୍ତବାସରେ ରହିବା ସହ କରୋନା ଟେଷ୍ଟ୍‌ କରାଇବାକୁ ସାଂସଦ ମଞ୍ଜୁଲତା ମଣ୍ଡଳ ଅନୁରୋଧ କରିଛନ୍ତି।

You might also like