ଭଦ୍ରକ ପୁରୁଣା ବଜାର ଉତ୍ତେଜନା ହ୍ରାସ : IICଙ୍କୁ ବଦଳି

ଭଦ୍ରକ  : ଭଦ୍ରକ ପୁରୁଣା ବଜାର ଅଞ୍ଚଳରେ ଦେଖାଦେଇଥିବା ଉତ୍ତେଜନା ହ୍ରାସ ପାଇଛି। ଆଜି ସକାଳୁ ପୁରୁଣା ବଜାରରେ ସ୍ୱାଭାବିକ ସ୍ଥିତି ଦେଖିବାକୁ ମିଳିଛି। ବୁଢ଼ା ଗଣେଶ ଓ ଟୋକା ଗଣେଶ ଭସାଣ ଥିବାରୁ ପୁଲିସ ମୁତୟନ ଅଛନ୍ତି। ଦାୟିତ୍ୱରେ ଅବହେଳା ପାଇଁ ପୁରୁଣା ବଜାର ଥାନା IIC ପ୍ରଜ୍ଞା ମହାନ୍ତିଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରି ଦିଆଯାଇଛି। ତାଙ୍କ ସ୍ଥାନରେ ବାସୁଦେବପୁର ଆଇଆଇସି ରତିକାନ୍ତ ଗିରିଙ୍କୁ ଏଠାରେ ନିଯୁକ୍ତ କରାଯାଇଛି।

ଉତ୍ତରାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକ ଭଦ୍ରକରେ ରହି ସ୍ଥିତି ଉପରେ ନଜର ରଖିଛନ୍ତି। ଗତକାଲି ଗଣେଶ ମଣ୍ଡପକୁ ଭିଭିଆଇପିଙ୍କ ଗସ୍ତ ଥିବାରୁ ରାସ୍ତା ଉପରୁ ଅବରୋଧ ହଟାଇବାବେଳେ ଗୋଟିଏ ଲୁଗା ଦୋକାନର ସାମଗ୍ରୀକୁ ଆଇଆଇସି ପ୍ରଜ୍ଞା ଫିଙ୍ଗି ଦେଇଥିଲେ। ଦୋକାନୀ ଏହାର ପ୍ରତିବାଦ କରିବାରୁ ଉତ୍ତେଜନା ଦେଖା ଦେଇଥିଲା। ଉତ୍ତ୍ୟକ୍ତ ଲୋକେ ପୁଲିସ ଗାଡ଼ିକୁ ଘେରିଯିବାରୁ ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଲାଠିଚାର୍ଜ କରିଥିଲା। ଏସ୍‌ପି ଓ ଆଇଜି ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଛି।

ଆହୁରି ପଢ଼ନ୍ତୁ

You might also like