ଜ୍ୱର ଓ ଥଣ୍ଡା ଲାଗିରହିଥିବା ରୋଗୀଙ୍କୁ ତୁରନ୍ତ ସେଲ୍ଟର ସେଣ୍ଟରକୁ ନେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ତତ୍ପରତା ପ୍ରକାଶ ପାଇଛି। କରୋନା ମୁକାବିଲା ନେଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବିଡିଓଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ପ୍ରଶାସନିକ ଅଧିକାରୀଙ୍କ ସହ ମେଡିକାଲ ଅଫିସ, ୩୬ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଅଶା ଓ ଅଙ୍ଗନବାଡ଼ି କର୍ମୀ ଯୋଗ ଦେଇଛନ୍ତି।
ଗାଁ ଗାଁ ବୁଲି କିପରି ଲୋକଙ୍କୁ ସଚେତନ କରାଯିବ, ଏବଂ ମାକ୍ସ ଓ ସାନିଟାଇଜର ବ୍ୟବହାର କରିବା ଦିଗରେ ଲୋକଙ୍କୁ ସଚେତନ କରିବାକୁ କୁହାଯାଇଛି। ଏଥିସହ ଯଦି କାହାକୁ ଜ୍ୱର କି ଥଣ୍ଡା ଲାଗି ରହିଛି, ତେବେ ରୋଗୀଙ୍କୁ ତୁରନ୍ତ ପଞ୍ଚାୟତର ସେଲ୍ଟର ସେଣ୍ଟରକୁ ନେବା ସହ ଏନେଇ ବ୍ଲକ ଅଧିକାରୀଙ୍କୁ ଜଣାଇବାକୁ କୁହାଯାଇଛି।